Advertisment

Rape Case: ଭୁବନେଶ୍ୱରରେ ପୁଣି ଦୁଷ୍କର୍ମ ଅଭିଯୋଗ; ଯୁବକ ଗିରଫ

ରାଜଧାନୀ ଭୁବନେଶ୍ୱରରୁ ଆସିଛି ଆଉ ଏକ ଦୁଷ୍କର୍ମ ଅଭିଯୋଗ। କିଛି ଦିନ ତଳେ ଜଣେ ଆଇଆରଏସ୍‌ ଅଫିସରଙ୍କ ବିରୋଧରେ ତାଙ୍କ ସଂପର୍କୀୟ ଭଉଣୀଙ୍କ ସାଙ୍ଗ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଏବେ ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀର ଜଣେ କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ସହକର୍ମୀ।

Accussed

ଗିରଫ ଅଭିଯୁକ୍ତଙ୍କ ନାଁ ସିଦ୍ଧାର୍ଥ ଶଙ୍କର ରଥ। ତାଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

Advertisment

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତାଙ୍କ ଅଫିସର ଉକ୍ତ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଅଭିଯୁକ୍ତ ସବୁବେଳେ ଯୁବତୀ ଜଣଙ୍କୁ ପିଛା କରୁଥିଲେ। କିଛି ଦିନ ତଳେ ଯୁବତୀ ଜଣଙ୍କ ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଅନ୍ୟଦିନ ଗୁଡ଼ିକ ଭଳି ତାଙ୍କୁ ପିଛା କରିଥିଲେ। ଯୁବତୀ ଜଣଙ୍କ ସେଦିନ ଘରେ ଏକୁଟିଆ ଥିବା ଜାଣି ଅଭିଯୁକ୍ତ କବାଟ ବାଡ଼େଇ ଥିଲେ। ଯୁବତୀ ଜଣଙ୍କ କବାଟ ଖୋଲିବା ପରେ ଅଭିଯୁକ୍ତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେ କିଛି କରିବା ପୂର୍ବରୁ ଅଭିଯୁକ୍ତ ତାଙ୍କୁ ଠେଲି ଦେଇ ଜୋରଜବରଦସ୍ତି ଘର ଭିତରକୁ ପଶି ଯାଇଥିଲେ। ସେ ସେଠାରେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ। 

ଯୁବତୀ ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିବେ ବୋଲି କହିବାରୁ ଅଭିଯୁକ୍ତ କୁଆଡ଼େ ତାଙ୍କୁ ଭୁଲ ମାଗିବା ସହିତ ତାଙ୍କୁ ବାହା ହେବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଇତି ମଧ୍ୟରେ ଯୁବକ ଜଣଙ୍କ ଅନ୍ୟ କେଉଁଠି ବାହା ହେବାକୁ ପ୍ରସ୍ତୁତ ହେଉଥିବା ଜାଣିପାରିଥିଲେ ଉକ୍ତ ଯୁବତୀ। ଏହା ପରେ ସେ ଥାନାରେ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ସିଦ୍ଧାର୍ଥ ଶଙ୍କର ରଥଙ୍କୁ ଗିରଫ କରିଛି। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe