Advertisment

ପ୍ରେମିକାକୁ ହତ୍ୟା କରି ଗଛରେ ଝୁଲାଇ ଦେଲା ଯୁବକ

ଭବାନୀପାଟଣା (ରାଜ କୁମାର ସିଂହଦେଓ): କୁହାଯାଏ, ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମରେ ସ୍ୱାର୍ଥ ନ ଥାଏ। କେବଳ ଅଜସ୍ର ଭଲପାଇବା ହିଁ ପ୍ରେମ। ହେଲେ ନିଶାଶକ୍ତ ପ୍ରେମିକ ଏହା ବୁଝିବା ମୁସ୍କିଲ। ତେଣୁ ପାହାଡ଼ ଉପରକୁ ଡାକିନେଇ ପ୍ରେମିକାକୁ ଗଳା ଚିପି ହତ୍ୟା କରିଛି। ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ନିମନ୍ତେ ରଶିରେ ମୃତ ଯୁବତୀଙ୍କ ଗଳାକୁ ବାନ୍ଧି ଗଛରେ ଝୁଲାଇ ଦେଇଛି। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ […]

ଅଦ୍ୟତନ ହୋଇଛି
କ୍ୟାରମ ଖେଳୁଥିଲେ ଫାୟାରମ୍ୟାନ୍‌, ହଠାତ୍‌ ଛାତରୁ ଡେଇଁ ପଡ଼ିଲେ

Dead

Advertisment

ଭବାନୀପାଟଣା (ରାଜ କୁମାର ସିଂହଦେଓ): କୁହାଯାଏ, ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମରେ ସ୍ୱାର୍ଥ ନ ଥାଏ। କେବଳ ଅଜସ୍ର ଭଲପାଇବା ହିଁ ପ୍ରେମ। ହେଲେ ନିଶାଶକ୍ତ ପ୍ରେମିକ ଏହା ବୁଝିବା ମୁସ୍କିଲ। ତେଣୁ ପାହାଡ଼ ଉପରକୁ ଡାକିନେଇ ପ୍ରେମିକାକୁ ଗଳା ଚିପି ହତ୍ୟା କରିଛି। ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ନିମନ୍ତେ ରଶିରେ ମୃତ ଯୁବତୀଙ୍କ ଗଳାକୁ ବାନ୍ଧି ଗଛରେ ଝୁଲାଇ ଦେଇଛି। ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିକେରଗୁଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ହତ୍ୟାର ଶିକାର ଯୁବତୀ ଜଣକ ସିକେରଗୁଡ଼ା ଗ୍ରାମର ରୁପା ମାଝୀଙ୍କ ଝିଅ ଦୀପା ମାଝୀ(୧୮)। ହତ୍ୟାକାଣ୍ଡ ଗତ ବୁଧବାର ଘଟିଥିବା ବେଳେ ଆଜି ଶବ ମିଳିବା ପରେ ଘଟଣା ସାମ୍ନାକୁ ଆସିଛି।

ଗୁଡ଼ାଙ୍ଗ ଗାଁର ଯୁବକ ସାନ ମାଝୀ(୨୫) ଝିଅକୁ ହତ୍ୟା କରିଥିବା ନେଇ ଯୁବତୀଙ୍କ ବାପା ପୁଲିସରେ ଅଭିଯୋଗ କରିଥିଲେ। ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସାନ ମାଝୀଙ୍କୁ ବାନ୍ଧି ଆଣି ପଚରାଉଚରା କରିଥିଲା। ଏହି ସମୟରେ ସେ ଏହି ନାରକୀୟକାଣ୍ଡ ଘଟାଇଥିବା ପୁଲିସ ଆଗରେ ମାନିଛି। ଅନ୍ୟପଟେ ପୁଲିସ ପାହାଡ଼ ଉପରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Advertisment

ଏନେଇ ହତ୍ୟାକାଣ୍ଡର ଶିକାର ଯୁବତୀଙ୍କ ବାପା କହିଛନ୍ତି, ଦୀପା ଗତ ବୁଧବାର ଦିନ ସନ୍ଧ୍ୟାରେ ଗାଁ ନିକଟ ନାଳକୁ ଗାଧୋଇବାକୁ ଯାଇଥିଲା। ହେଲେ ଆଉ ଘରକୁ ଫେରିନଥିଲା। ରାତି ହେବାରୁ ସମସ୍ତେ ବହୁତ ଖୋଜାଖୋଜି କରିଥିଲେ। ହେଲେ  ଝିଅକୁ ପାଇନଥିଲେ। ଆଜି କିଛି ସ୍ଥାନୀୟ ଲୋକ ନିକଟସ୍ଥ ପାହାଡ଼କୁ ଯାଇଥିବା ବେଳେ ସେଠାରେ ଗନ୍ଧ ବାହାରୁଥିବା ବାରିପାରି ଦେଖନ୍ତି ଝିଅର ଶବ ଝୁଲୁଛି। ସେମାନଙ୍କ ଠାରୁ ଖବର ପାଇ ପରିବାର ଲୋକେ ଘଟଣାସ୍ଥାରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ। ପରେ ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ଯୁବକ ମଦ୍ୟପାନ କରିବା ପରେ ଝିଅକୁ ଜୋରକରି ପାହାଡ଼କୁ ନେବା ପରେ ହତ୍ୟା କରିଥିବା ମୃତ ଯୁବତୀଙ୍କ ବାପା କହିଛନ୍ତି।

ପୁଲିସ କହିଛି, ପ୍ରେମ ବ୍ୟାପାରକୁ ନେଇ ଘଟଣା ଘଟିଛି। କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ବିବାଦ ଉପୁଜିବାରୁ ପାହାଡ଼ ଉପରେ ଯୁବତୀଙ୍କୁ ଅଭିଯୁକ୍ତ ହତ୍ୟା କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe