Advertisment

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ଜମିବାଡ଼ି ବିବାଦ କାରଣୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ କ୍ଷେତ୍ରବାସୀ ମହାପାତ୍ର। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର କିଛି ଲୋକଙ୍କ ସହିତ କ୍ଷେତ୍ରବାସୀଙ୍କର ଜମିବାଡ଼ି ବିବାଦକୁ ନେଇ ଝଗଡ଼ା ହୋଇଥିଲା। ଏନେଇ ସେ ଇଟାମାଟି […]

ଅଦ୍ୟତନ ହୋଇଛି
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

police station

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ମାଳିସାହି ଗାଁରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କୁ ଜମିବାଡ଼ି ବିବାଦ କାରଣୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ କ୍ଷେତ୍ରବାସୀ ମହାପାତ୍ର। ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଁର କିଛି ଲୋକଙ୍କ ସହିତ କ୍ଷେତ୍ରବାସୀଙ୍କର ଜମିବାଡ଼ି ବିବାଦକୁ ନେଇ ଝଗଡ଼ା ହୋଇଥିଲା। ଏନେଇ ସେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତାଙ୍କ ସହିତ ଝଗଡ଼ା କରିଥିବା ଲୋକଙ୍କୁ ବୁଝାସୁଝା କରିବା ସହ ସକାଳେ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲା।

ଏହାପରେ କ୍ଷେତ୍ରବାସୀ ଥାନାରୁ ଘରକୁ ଫେରିଥିଲେ। କିନ୍ତୁ ସେ ଗାଁରେ ପହଞ୍ଚିବା ପରେ କିଛି ଲୋକ ଖଣ୍ଡା ଆଦି ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ କ୍ଷେତ୍ରବାସୀଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe