Advertisment

ଭିଟାମାଟିକୁ ଫେରାଇ ଆଣିଥିଲେ ସୋନୁ: ତାଙ୍କ ନାଁରେ କଲେ ନିଜ ଦୋକାନ

କେନ୍ଦ୍ରାପଡ଼ା: ମହାମାରୀ କରୋନା ସମୟରେ ଅସହାୟ ପ୍ରବାସୀମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଚର୍ଚ୍ଚାରେ ରହିଛନ୍ତି। ଯେଉଁ କାମ ବଡ଼ ବଡ଼ ଜନପ୍ରତିନିଧି କରିପାରିଲେ ନାହିଁ ସୋନୁ ସେହି କାମ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। କାହାକୁ ତାଙ୍କ ସ୍ୱାମୀ ଫେରାଇ ଦେଇଛନ୍ତି ତ କାହାକୁ ତାଙ୍କ ପୁଅ। ଘରୁ ଦୂରରେ ଫସି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ସେ ନିଜ ଭିଟାମାଟିରେ ପହଞ୍ଚାଇଛନ୍ତି। ଏହି କ୍ରମରେ ଓଡ଼ିଶାର ଜଣେ ବ୍ୟକ୍ତି ସୋନୁଙ୍କ […]

ଅଦ୍ୟତନ ହୋଇଛି
ଭିଟାମାଟିକୁ ଫେରାଇ ଆଣିଥିଲେ ସୋନୁ: ତାଙ୍କ ନାଁରେ କଲେ ନିଜ ଦୋକାନ

sonu

Advertisment

କେନ୍ଦ୍ରାପଡ଼ା: ମହାମାରୀ କରୋନା ସମୟରେ ଅସହାୟ ପ୍ରବାସୀମାନଙ୍କୁ ସାହାଯ୍ୟ କରି ବଲିଉଡ୍ ଅଭିନେତା ସୋନୁ ସୁଦ୍ ଚର୍ଚ୍ଚାରେ ରହିଛନ୍ତି। ଯେଉଁ କାମ ବଡ଼ ବଡ଼ ଜନପ୍ରତିନିଧି କରିପାରିଲେ ନାହିଁ ସୋନୁ ସେହି କାମ କରି ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। କାହାକୁ ତାଙ୍କ ସ୍ୱାମୀ ଫେରାଇ ଦେଇଛନ୍ତି ତ କାହାକୁ ତାଙ୍କ ପୁଅ। ଘରୁ ଦୂରରେ ଫସି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ସେ ନିଜ ଭିଟାମାଟିରେ ପହଞ୍ଚାଇଛନ୍ତି। ଏହି କ୍ରମରେ ଓଡ଼ିଶାର ଜଣେ ବ୍ୟକ୍ତି ସୋନୁଙ୍କ ପାଇଁ ଘରକୁ ଫେରିଥିବାରୁ ଏକ ନିଆରା ଅନ୍ଦାଜରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

publive-imageକେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକର ଚିଞ୍ଚିରି ଗ୍ରାମର ଓଡ଼ିଆ ଯୁବକ ପ୍ରଶାନ୍ତ ପ୍ରଧାନ ଫିଲ୍ମ ଷ୍ଟାର ସୋନୁ ସୁଦ୍‌ଙ୍କ ନାମରେ ନିଜର ଏକ ୱେଲ୍ଡିଂ ୱାର୍କଶପ୍‌ କରିଛନ୍ତି। ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ତାଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ ସେ ଓ ଆଉ କିଛି ଓଡ଼ିଆ ପ୍ରବାସୀ କେରଳରେ ଫସିଯାଇଥିଲେ। ବିଭିନ୍ନ ଆଡ଼ୁ ସାହାଯ୍ୟ ମାଗି ନିରାଶ ହେବାପରେ ଶେଷରେ ମେ ୨୬ରେ ସୋଶାଲ୍‌ ମିଡିଆରୁ ସୋନୁ ଜାରି କରିଥିବା ନମ୍ବରକୁ ଫୋନ୍‌ କରିଥିଲେ। ଏହାପରେ ମାତ୍ର ୪ ଦିନ ଭିତରେ ମେ’ ୨୯ ତାରିଖରେ ସୋନୁ ବିମାନ ଯୋଗେ ତାଙ୍କ ସମେତ ବେଶ୍‌ କିଛି ଓଡ଼ିଆଙ୍କୁ ଭିଟ୍ଟାମାଟିଙ୍କୁ ଫେରାଇ ଆଣିଥିଲେ।

ପ୍ରଶାନ୍ତଙ୍କ କହିବା କଥା ଯେ ଜଣେ ଅଚିହ୍ନା ଓ ଏତେବଡ଼ ସେଲେବ୍ରିଟି ହୋଇ ମଧ୍ୟ ସେ ତାଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ କୃତଜ୍ଞତା ଅର୍ପଣ କରିବା ପାଇଁ ସେ ନିଜ ଦୋକାନକୁ ସୋନୁଙ୍କ ନାଁରେ ନାମିତ କରିଛନ୍ତି। ଏ ସମ୍ପର୍ତରେ ଆମ ପ୍ରତିନିଧି ସୁବ୍ରତ କୁମାର ନାୟକ ତାଙ୍କ ସହ ଫୋନ୍ ମାଧ୍ୟମରେ ଏକ ସାକ୍ଷାତ କାର ମଧ୍ୟ କରିଛନ୍ତି। ଦେଖନ୍ତୁ ଭିଡିଓ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe