Advertisment

ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଡ଼ୁଚେରୀ ଗଲା ମେଡିକାଲ ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ମେଡିକାଲ ଟିମ୍ ପୁଡୁଚେରୀ ଅଭିମୁଖେ ଯାଇଛି। ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ନେତୃତ୍ୱରେ ଯାଇଥିବା ମେଡିକାଲ୍‌ ଟିମ୍‌ ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ସେହିପରି ମନୋଜ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରି ଆଜି ଅପରାହ୍ମରେ ରାଜ୍ୟ ସରକାରଙ୍କୁ ବସ୍ତୃତ ରିପୋର୍ଟ ଦେବ। ଦୀର୍ଘଦିନ ଧରି ଅସୁସ୍ଥ […]

ଅଦ୍ୟତନ ହୋଇଛି
ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି? ପୁଡ଼ୁଚେରୀ ଗଲା ମେଡିକାଲ ଟିମ୍‌

manoj-das

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ ଏକ ମେଡିକାଲ ଟିମ୍ ପୁଡୁଚେରୀ ଅଭିମୁଖେ ଯାଇଛି। ଡାକ୍ତର ବିରଞ୍ଚି ନାରାୟଣ ମହାପାତ୍ର ନେତୃତ୍ୱରେ ଯାଇଥିବା ମେଡିକାଲ୍‌ ଟିମ୍‌ ମନୋଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ। ସେହିପରି ମନୋଜ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରି ଆଜି ଅପରାହ୍ମରେ ରାଜ୍ୟ ସରକାରଙ୍କୁ ବସ୍ତୃତ ରିପୋର୍ଟ ଦେବ।

Advertisment

ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ବିଶିଷ୍ଟ ସାହିତ୍ୟିୟକ ମନୋଜ ଦାସ। ତାଙ୍କୁ ପୁଡୁଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମର ନର୍ସିଂହୋମ୍‌ରେ ଚିକିତ୍ସା କରାଯାଉଛି। ଉକ୍ତ ମେଡିକାଲ୍‌ର ଡାକ୍ତରୀ ଟିମ୍ ଓ ପ୍ରଫେସରମାନେ ଶ୍ରୀ ଦାସଙ୍କୁ ଚିକିତ୍ସା କରୁଛନ୍ତି। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର ଜବାହରଲାଲ ଇନ୍‌ ଷ୍ଟିଚ୍ୟୁଟ୍‌ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ୪ ଜଣିଆ ଡାକ୍ତରୀ ଟିମ୍ ପୁଡୁଚେରୀ ପଠାଇଥିଲା।

ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe