Advertisment

ଗାଁରେ ବୁଲୁଛି ମହାବଳ ବାଘ, ବଳଦକୁ ମାରି ଖାଇଲା!

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ରାତିରେ ଗାଁରେ ବୁଲୁଛି ମହାବଳ ବାଘ। କେତେବେଳେ ବଦଳକୁ ମରି ଖାଇ ଦେଉଛି ତ ଆଉ କେତେବେଳେ କୁକୁରକୁ ମାରି ଦେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଝାଙ୍କରକାର୍ଲି ଗାଁରେ । ଗତ ୨୭ ତାରିଖରେ ମହାବଳ ବାଘଟି ବଳଦକୁ ମାରି ଖାଇ ଦେଇଥିଲା। ପରେ ଏକ କୁକୁରକୁ ମଧ୍ୟ ମାରି ଦେଇ ଥିବା ଗ୍ରାମବାସୀ କହିଛନ୍ତି଼।  ଗାଁରେ ମହାବଳ ବାଘ ବୁଲିବା ଜଣାପଡ଼ିବା ପରେ ପୁରା […]

ଗାଁରେ ବୁଲୁଛି ମହାବଳ ବାଘ, ବଳଦକୁ ମାରି ଖାଇଲା!

tiger

Advertisment

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ରାତିରେ ଗାଁରେ ବୁଲୁଛି ମହାବଳ ବାଘ। କେତେବେଳେ ବଦଳକୁ ମରି ଖାଇ ଦେଉଛି ତ ଆଉ କେତେବେଳେ କୁକୁରକୁ ମାରି ଦେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଝାଙ୍କରକାର୍ଲି ଗାଁରେ ।

Advertisment

ଗତ ୨୭ ତାରିଖରେ ମହାବଳ ବାଘଟି ବଳଦକୁ ମାରି ଖାଇ ଦେଇଥିଲା। ପରେ ଏକ କୁକୁରକୁ ମଧ୍ୟ ମାରି ଦେଇ ଥିବା ଗ୍ରାମବାସୀ କହିଛନ୍ତି଼।  ଗାଁରେ ମହାବଳ ବାଘ ବୁଲିବା ଜଣାପଡ଼ିବା ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବାଘ ଭୟରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ପାଦଚିହ୍ନରୁ ଏହା ମହାବଳ ବାଘ ହୋଇ ଥାଇପାରେ ବୋଲି ଆଶଙ୍କା କରୁଛନ୍ତି ନାରାୟଣପାଟଣା ରେଞ୍ଜର।

କୋରାପୁଟ ଜଙ୍ଗଲ ବିଭାଗର ଅଧିକାରୀ ସେ ଅଞ୍ଚଳକୁ ଯାଇ ଲୋକଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ବାଘକୁ କାବୁ କରିବା ପାଇଁ ଆନ୍ଧ୍ରପ୍ରଦେଶରୁ ଏକ ଏକ୍ସପର୍ଟ ଟିମ ଆସିଥିବା ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe