/odisha-reporter/media/post_attachments/uploads/2022/08/minor-boy.jpg)
minor-boy
ପାରାଦୀପ(ରମାକାନ୍ତ ନାୟକ ): ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ । ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଛି । ମୃତ ନାବାଳକଜଣକ ହେଲେ ଷଣ୍ଡକୁଦ ଅଞ୍ଚଳର ମୁନା ମଲ୍ଲିକଙ୍କ ୧୦ ବର୍ଷର ପୁଅ ଶୁଭମ୍ ମଲ୍ଲିକ ।
ଗତକାଲି ଦିନ ସମୟରେ ଶୁଭମ୍ ମଲ୍ଲିକ ଓ ତାଙ୍କ ସାଙ୍ଗ ସହ ବାଲିରେ ଖେଳୁଥିଲେ । ତେବେ ପାଣି ସହିତ ମିଶି ରହିଥିବା ବାଲିରେ ଗୋଡ ପଡିଯିବାରୁ ସେଥିରେ ସେ ଧିରେ ଧିରେ ପୋତି ହୋଇ ଯାଇଥିଲେ। ଏହାଦେଖି ତାଙ୍କ ସାଙ୍ଗ ଭୟରେ ଘରକୁ ପଳାଇ ଆସିଥିବା ବେଳେ କାହାକୁ କିଛି କହି ନ ଥିଲେ। ଘରଲୋକେ ଦିନ ତମାମ ଶୁଭମକୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ସନ୍ଧ୍ୟାରେ ଉକ୍ତ ବାଲିରେ ଖୋଜାଖୋଜି କରିବା ପରେ ଶୁଭମଙ୍କ ମୃତଦେହ ମିଳିଥିଲା।
ଖବର ପାଇ ଜଟାଧାରମୁହାଣ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସେପଟେ ଶୁଭମର ପରିବାର ଲୋକ ପୁଅ ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ତେବେ ଏନେଇ ସଂପୃକ୍ତ କଂପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
