ବାଲି ଖେଳ ହେଲା କାଳ, ପୋତି ହୋଇଗଲା ନାବାଳକ

ପାରାଦୀପ(ରମାକାନ୍ତ ନାୟକ ): ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ । ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଛି । ମୃତ ନାବାଳକଜଣକ ହେଲେ ଷଣ୍ଡକୁଦ ଅଞ୍ଚଳର ମୁନା ମଲ୍ଲିକଙ୍କ […]

minor-boy

  • Published: Friday, 26 August 2022
  • , Updated: 26 August 2022, 09:52 AM IST

ପାରାଦୀପ(ରମାକାନ୍ତ ନାୟକ ): ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ । ଏପରି ଅଘଟଣ ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଛି । ମୃତ ନାବାଳକଜଣକ ହେଲେ ଷଣ୍ଡକୁଦ ଅଞ୍ଚଳର ମୁନା ମଲ୍ଲିକଙ୍କ ୧୦ ବର୍ଷର ପୁଅ ଶୁଭମ୍ ମଲ୍ଲିକ ।

ଗତକାଲି ଦିନ ସମୟରେ ଶୁଭମ୍ ମଲ୍ଲିକ  ଓ ତାଙ୍କ ସାଙ୍ଗ ସହ ବାଲିରେ ଖେଳୁଥିଲେ । ତେବେ ପାଣି ସହିତ ମିଶି ରହିଥିବା ବାଲିରେ ଗୋଡ ପଡିଯିବାରୁ ସେଥିରେ ସେ ଧିରେ ଧିରେ ପୋତି ହୋଇ ଯାଇଥିଲେ। ଏହାଦେଖି ତାଙ୍କ ସାଙ୍ଗ ଭୟରେ ଘରକୁ ପଳାଇ ଆସିଥିବା ବେଳେ କାହାକୁ କିଛି କହି ନ ଥିଲେ। ଘରଲୋକେ ଦିନ ତମାମ ଶୁଭମକୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ସନ୍ଧ୍ୟାରେ ଉକ୍ତ ବାଲିରେ ଖୋଜାଖୋଜି କରିବା ପରେ ଶୁଭମଙ୍କ ମୃତଦେହ ମିଳିଥିଲା।

ଖବର ପାଇ ଜଟାଧାରମୁହାଣ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ସେପଟେ ଶୁଭମର ପରିବାର ଲୋକ ପୁଅ ମୃତ୍ୟୁ  ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ତେବେ ଏନେଇ ସଂପୃକ୍ତ କଂପାନୀ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

Related story