Advertisment

ମାଟିତଳୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପୁରୁଷ ବନ୍ଧୁ ଅଟକ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଟି ଭିତରୁ ନିଖୋଜ ନାବାଳିକାଙ୍କ ଶବ ଉଦ୍ଧାର । ହତ୍ୟା ଅଭିଯୋଗରେ ପୁରୁଷ ବନ୍ଧୁ ଅଟକ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖର୍ଲି ଗାଁରେ ଏଭଳି ଏକ ଚାଂଚଳ୍ୟକର ଘଟଣା ଘଟିଛି। ମୃତ ନାବାଳିକା ଖର୍ଲି ଗାଁର ପ୍ରସନ୍ନ ଭଇଁଷାଲଙ୍କ ୧୫ ବର୍ଷୀୟ ଝିଅ ଭୂମିସୂତା ଭଇଁଷାଲ। ଗତ ସୋମବାର ତଥା ୨୫ ତାରିଖ ଠାରୁ ସେ ନିଖୋଜ ଥିଲେ। ବିଭିନ୍ନ ସ୍ଥାନ ଖୋଜି ନ ପାଇବାରୁ ନିଖୋଜ ସଂପର୍କରେ ଭୂମିସୁତାଙ୍କ ବାପା ତୁରେକେଲା […]

author-image
Niranjan Mishra
ଅଦ୍ୟତନ ହୋଇଛି
ମାଟିତଳୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ, ପୁରୁଷ ବନ୍ଧୁ ଅଟକ

Police

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ମାଟି ଭିତରୁ ନିଖୋଜ ନାବାଳିକାଙ୍କ ଶବ ଉଦ୍ଧାର । ହତ୍ୟା ଅଭିଯୋଗରେ ପୁରୁଷ ବନ୍ଧୁ ଅଟକ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଖର୍ଲି ଗାଁରେ ଏଭଳି ଏକ ଚାଂଚଳ୍ୟକର ଘଟଣା ଘଟିଛି। ମୃତ ନାବାଳିକା ଖର୍ଲି ଗାଁର ପ୍ରସନ୍ନ ଭଇଁଷାଲଙ୍କ ୧୫ ବର୍ଷୀୟ ଝିଅ ଭୂମିସୂତା ଭଇଁଷାଲ।

Advertisment

ଗତ ସୋମବାର ତଥା ୨୫ ତାରିଖ ଠାରୁ ସେ ନିଖୋଜ ଥିଲେ। ବିଭିନ୍ନ ସ୍ଥାନ ଖୋଜି ନ ପାଇବାରୁ ନିଖୋଜ ସଂପର୍କରେ ଭୂମିସୁତାଙ୍କ ବାପା ତୁରେକେଲା ଥାନାରେ ୨୭ ତାରିଖରେ ଲିଖିତ ଅଭିଯୋଗ ଜଣାଇଥିଲେ। ଅଭିଯୋଗରେ ଝିଅ ସହ ପ୍ରେମ ସମ୍ପର୍କ ରଖିଥିବା ଯୁବକ ନାମ ଉଲ୍ଲେଖ କରିଥିଲେ। ପୁଲିସ ଏହି ଯୁବକଙ୍କୁ ଅଟକ ରଖି ପଚରାଉଚରା ପରେ ଭୂମିସୂତାକୁ ହତ୍ୟା କରି ପାଟପାଣି ଜଂଗଲ ଭିତରେ ପୋତି ଦିଆଯାଇଥିବା ଜାଣିବାକୁ ପାଇଥିଲା।

ଆଜି ସାଇଣ୍ଟିଫିକ ଟିମ ଓ ପୁଲିସ ଫୋର୍ସ ଯାଇ ଜଂଗଲ ଭିତରେ ମାଟି ଖୋଲି ନାବାଳିକାଙ୍କ ଗଳିତ ଶବକୁ ଉଦ୍ଧାର କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଲୁହା ହତିଆରକୁ ଜବତ କରାଯାଇଛି। ତୁରେକେଲା ପୁଲିସ ନାବାଳିକାଙ୍କ ଏହି ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା ଜାରି ରଖିଛି।

Advertisment

୩ ବର୍ଷ ତଳୁ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଏକ ଜଘଣ୍ୟ ହତ୍ୟାକାଣ୍ଡରେ ପରିଣତ ହୋଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି। ଏହି ନାବାଳିକା ଓ ଅଭିଯୁକ୍ତ ପୁରୁଷ ବନ୍ଧୁ ଭିନ୍ନ ଜାତିର ଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।

ତେବେ ଏନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର କହିଛନ୍ତି, ପ୍ରେମ ସଂକ୍ରାନ୍ତିୟ ଘଟଣାକୁ ନେଇ ଏଭଳି ହତ୍ୟା କାଣ୍ଡ ଘଟିଥିବା ଜଣାପଡ଼ିଛି। ଶବ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ଜଣଙ୍କୁ ଅଟକ ରଖାଯାଇଛି। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ଏହି ମାମଲାରେ ଆଉ କିଏ ସମ୍ପୃକ୍ତ ରହିଛି ଓ ଘଟଣା କିପରି ଘଟିଥିଲା କୁହାଯିବ।

ମାଓ ଉପଦୃତ ଜଙ୍ଗଲ ହୋଇଥିବାରୁ ଘଟଣାର ତଦନ୍ତ ବେଳେ ବ୍ୟାପକ ପୁଲିସ ଫୋର୍ସ ସହ ୩ ଥାନାର ଅଧିକାରୀ, ଜିଲ୍ଲା ଏସ୍‌ପି, ମାଜିଷ୍ଟ୍ରେଟ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।