/odisha-reporter/media/media_files/2026/02/25/anwesha-2026-02-25-15-12-06.jpg)
ନକ୍ସଲକୁ ମାରିଦେଲା ନକ୍ସଲ! କନ୍ଧମାଳ ଜିଲ୍ଲାରେ ଏବେ ଚାଲିଛି ଏଭଳି ଆଲୋଚନା।
ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ଜଣେ ସାଥୀ ନକ୍ସଲ ଅନ୍ୱେଷକୁ ନକ୍ସଲ ନେତା ଶୁକ୍ରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଆଲୋଚନା ହେଉଛି।
ଏ ଆଲୋଚନା ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ତରାବାଡ଼ି ଜଙ୍ଗଲରୁ ମାଟିତଳୁ ଏକ ମୃତଦେହ ମିଳିବା ପରେ। ମିଳିଥିବା ମୃତଦେହଟି ନକ୍ସଲ ଅନ୍ୱେଷର ବୋଲି କୁହାଯାଉଛି।
ଅନ୍ୱେଷ CPI (ମାଓବାଦୀ) KKBNର ଅଷ୍ଟମ କମ୍ପାନୀର DVCM ସଦସ୍ୟ। ତାକୁ CPI (ମାଓବାଦୀ) SCM ଶୁକ୍ରୁ ହତ୍ୟା କରି ମାଟିରେ ପୋତି ଦେଇଥିବା ଚର୍ଚ୍ଚା ହେଉଛି।
ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ଚାହୁଁଥିବା ନକ୍ସଲମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅନ୍ୱେଷକୁ ଶୁକ୍ରୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ କନ୍ଧମାଳ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଆତ୍ମସମର୍ପଣ କରିବାକୁ ଶୁକ୍ରୁ ଓ ଅନ୍ୱେଷକୁ ଆହ୍ୱାନ ଦେଇଥିଲେ ମମତା
ଦୁର୍ଦ୍ଦାନ୍ତ ନକ୍ସଲ ଦଶ୍ରୁର ପତ୍ନୀ ତଥା CPI (ମାଓବାଦୀ) KKBN ରାହୁଲ କମିଟିର ମୁଖ୍ୟ ଥିବା ମମତା ତାଙ୍କର ୧୨ ଜଣିଆ ଟିମ୍ ସହିତ ଛତିଶଗଡ଼ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ବେଳେ ଏକ ଅଡିଓ ବାର୍ତ୍ତା ଜାରି କରି ଶୁକ୍ରୁ, ଅନ୍ୱେଷ ଓ ଅନ୍ୟ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଥିଲେ।
ବର୍ତ୍ତମାନ ସମୟରେ ସଶସ୍ତ୍ର ଆନ୍ଦୋଳନ କରିବା ସମ୍ଭବ ନୁହେଁ। ତେଣୁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ଶୁକ୍ରୁ, ଅନ୍ୱେଷ ଓ ଅନ୍ୟ ସମସ୍ତ ସାଥୀମାନଙ୍କୁ ଅସ୍ତ୍ର ଛାଡ଼ି କନ୍ଧମାଳ ପୁଲିସ ପାଖରେ ଆତ୍ମସମର୍ପଣ କରି ଦେବା ପାଇଁ ମମତା ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଥିଲେ। ଏହା ସହିତ 7008638703 ମୋବାଇଲ ଫୋନ୍ ନମ୍ବରରେ ଯୋଗାଯୋଗ କରିବା ପାଇଁ ସେ ଏହି ଅଡିଓ ବାର୍ତ୍ତାରେ ତାଙ୍କ ସାଥୀମାନଙ୍କୁ କହିଥିଲେ।
ମମତା CPI (ମାଓବାଦୀ) ରାଜ୍ୟ କମିଟି ସଦସ୍ୟ ଭାବେ କାମ କରୁଥିଲେ। ତାଙ୍କ ମୁଣ୍ଡ ଉପରେ ୩୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ୨୦୨୪ ମସିହା ଫେବୃଆରୀ ମାସରେ ଦଶ୍ରୁ ନିହତ ହେବା ପରେ ମମତା ହିଁ CPI (ମାଓବାଦୀ) KKBN ଡିଭିଜନର ମୁଖ୍ୟ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
