Advertisment

ଅଧାଗଢ଼ା ଘରୁ ମିଳିଲା ନବଜାତ ପୁତ୍ରର କ୍ଷତବିକ୍ଷତ ମୃତଦେହ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଅଧାଗଢ଼ା ଘର ପରିସରରୁ ମିଳିଛି ନବଜାତ ଶିଶୁପୁତ୍ରର କ୍ଷତବିକ୍ଷତ ମୃତଦେହ। ଆଜି ବଲାଙ୍ଗିର ସହରର ମାଲପଡ଼ାରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ତେବେ କେମିତି ଶିଶୁପୁତ୍ରର ମୃତ୍ୟୁ ହେଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି। ଶିଶୁପୁତ୍ରର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ବୁଲା କୁକୁର କୌଣସି ସ୍ଥାନରୁ ଏହି ଶିଶୁପୁତ୍ର ମୃତଦେହକୁ ଟାଣି ଆଣି […]

ଅଦ୍ୟତନ ହୋଇଛି
ଅଧାଗଢ଼ା ଘରୁ ମିଳିଲା ନବଜାତ ପୁତ୍ରର କ୍ଷତବିକ୍ଷତ ମୃତଦେହ

new-born-baby

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଅଧାଗଢ଼ା ଘର ପରିସରରୁ ମିଳିଛି ନବଜାତ ଶିଶୁପୁତ୍ରର କ୍ଷତବିକ୍ଷତ ମୃତଦେହ। ଆଜି ବଲାଙ୍ଗିର ସହରର ମାଲପଡ଼ାରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ତେବେ କେମିତି ଶିଶୁପୁତ୍ରର ମୃତ୍ୟୁ ହେଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି।

Advertisment

ଶିଶୁପୁତ୍ରର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ବୁଲା କୁକୁର କୌଣସି ସ୍ଥାନରୁ ଏହି ଶିଶୁପୁତ୍ର ମୃତଦେହକୁ ଟାଣି ଆଣି ସେଠାରେ ପକାଇଥିବା ଅନୁମାନ କରାଯାଉଛି।

ପୂର୍ବରୁ ମଧ୍ୟ ଏପରି ଘଟଣା ଏହି ଅଞ୍ଚଳରେ ଘଟିଥିଲା। ମେ’ ୧୫ ତାରିଖରେ ପାଲପଡ଼ାର ସେହି ଅଧାଗଢ଼ା ଘରୁ ଏକ ଶିଶୁର ମୃତଦେହ ମିଳିଥିଲା। ଆଜି ପୁଣି ଏକ ଶିଶୁପୁତ୍ରର ମୃତଦେହ ମିଳିବା ଘଟଣା ସ୍ଥାନୀୟ ଲୋକଙ୍କ ଭିତରେ ଉଦବେଗର ପ୍ରକାଶ ପାଇଛି। ତେବେ ଏହାକୁ ନେଇ ନା ନା କଳ୍ପନାଜଳ୍ପନା ଲାଗି ରହିଛି। ଏହା ହତ୍ୟା ନା କେହି ମୃତ ଶିଶୁପୁତ୍ରକୁ ଜନ୍ମ ଦେଇ ଫୋପାଡ଼ି ଦେଇଛି, ତାହା ଆଲୋଚନାର ବିଷୟ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe