Advertisment

୬ ମାସ ତଳେ ସଂସାର ଗଢିଥିଲେ, ହାତଗୋଡ଼ ବନ୍ଧା ଅବସ୍ଥାରେ ଗୁହାଳରୁ ଉଦ୍ଧାର ହେଲେ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ୬ ମାସ ତଳେ ଗଢ଼ିଥିଲେ ନୂଆ ସଂସାର । ଯାହାକୁ ସାତ ଜନ୍ମର ସାଥୀ କରିଥିଲେ, ତା’ ସହ ବାକି ଜୀବନ ବି ହସଖୁସିରେ କାଟିଦେବେ ବୋଲି ଭାବିଥିଲେ। ବାପାମା’ଙ୍କୁ ଛାଡ଼ି ଆସିଥିବା ବେଳେ ଆପଣାଇ ନେଇଥିଲେ ଶାଶୁ, ଶ୍ୱଶୁରଙ୍କୁ । ହେଲେ ମାତ୍ର ମାସ କେଇଟାରେ ସବୁ କିଛି ଓଲଟପାଲଟ ହୋଇଗଲା।  ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିବା ନବବଧୂ  ଯୌତୁକ ନିର୍ଯାତନାର ଶିକାର ହେଲା।  ଶେଷରେ […]

author-image
Niharika Rout
ଅଦ୍ୟତନ ହୋଇଛି
୬ ମାସ ତଳେ ସଂସାର ଗଢିଥିଲେ, ହାତଗୋଡ଼ ବନ୍ଧା ଅବସ୍ଥାରେ ଗୁହାଳରୁ ଉଦ୍ଧାର ହେଲେ

married

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ୬ ମାସ ତଳେ ଗଢ଼ିଥିଲେ ନୂଆ ସଂସାର । ଯାହାକୁ ସାତ ଜନ୍ମର ସାଥୀ କରିଥିଲେ, ତା’ ସହ ବାକି ଜୀବନ ବି ହସଖୁସିରେ କାଟିଦେବେ ବୋଲି ଭାବିଥିଲେ। ବାପାମା’ଙ୍କୁ ଛାଡ଼ି ଆସିଥିବା ବେଳେ ଆପଣାଇ ନେଇଥିଲେ ଶାଶୁ, ଶ୍ୱଶୁରଙ୍କୁ । ହେଲେ ମାତ୍ର ମାସ କେଇଟାରେ ସବୁ କିଛି ଓଲଟପାଲଟ ହୋଇଗଲା।  ମନରେ ଅସୁମାରୀ ସ୍ୱପ୍ନ ନେଇ ଶାଶୁ ଘରେ ପାଦ ଥାପିଥିବା ନବବଧୂ  ଯୌତୁକ ନିର୍ଯାତନାର ଶିକାର ହେଲା।  ଶେଷରେ ପଡ଼ୋଶୀଙ୍କ ଗୁହାଳରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ନବବଧୂ।

Advertisment

ଏଭଳି  ଅଭାବନୀୟ ଘଟଣା ଗଞ୍ଜାମ ବୁଗୁଡ଼ା ଥାନା ମକରାପଲ୍ଲୀ ଅଞ୍ଚଳରେ ଘଟିଛି। ନବବଧୂଜଣକ ଏବେ ବ୍ରହ୍ମପୁର ମେଡିକାଲରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି।

ସୂଚନାଯୋଗ୍ୟ,  ମହିଳାଜଣକ ୬ ମାସ ପୂର୍ବେ ମକରାପଲ୍ଲୀ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହୁଛନ୍ତି।  ନବବଧୂ ଶାଶୁ, ଶ୍ୱଶୁର ଓ ନଣନ୍ଦଙ୍କ ସହ ଶାଶୁ ଘରେ ରହୁଥିଲେ। ମାତ୍ର ଅଧିକ ଯୌତୁକ ଆଣିବାକୁ ଶାଶୁ ଘର ଲୋକେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ନବବଧୂଟି ଗତକାଲିଠୁ ନିଖୋଜ ଥିବା ନେଇ ଶାଶୁ ଘର ଲୋକ ଅଭିଯୋଗ କରିଥିଲେ।  ତେବେ ୨୪ ଘଣ୍ଟା ନପୁରୁଣ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପଡ଼ୋଶୀଙ୍କ ଗୁହାଳରେ ଥିବା ଏକ ଟୋକେଇରୁ ତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ  ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ନବବଧୂଙ୍କୁ ଶାଶୁ ଶଶୁର ନଣନ୍ଦ ମିଶି  ଯୌତୁକ ନିର୍ଯାତନା ଦେଉଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି  ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହୁଥିବା ବେଳେ ଖବର ପାଇ ସେ ଫେରୁଥିବା ଜଣାଯାଇଛି।