/odisha-reporter/media/media_files/2026/02/07/mkcg-2026-02-07-13-02-15.jpg)
ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ହୋଇଛି। ଅତିରିକ୍ତ ତହସିଲଦାର ଏ ନେଇ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ଜଣାଇବା ପରେ ସଂପୃକ୍ତ ପିଇଓ ବିଷ ପିଇ ଦେଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
Advertisment
ଅନ୍ୟପକ୍ଷରେ ସଂପୃକ୍ତ ପିଇଓଙ୍କ ପତ୍ନୀ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅପମାନ ପାଇ ସ୍ୱାମୀ ବିଷ ପିଇ ଦେଇଥିବା PEO ପତ୍ନୀଙ୍କ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ ସୁନାପୁର ବେଳାଭୂମି ମହୋତ୍ସବ ପାଇଁ ଆୟୋଜିତ ମାରାଥନରେ ପିଇଓ ଅସଦାଚରଣ କରିଥିବା ଅତିରିକ୍ତ ତହସିଲଦାର ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
