ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): କଲରାପତରିଆ ବାଘ ଚମରା ବିକ୍ରି କରିବା ପାଇଁ ଯାଉଥିବା ବେଳେ ଧରାପଡ଼ିଛି। ବନ ବିଭାଗ ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଇରଙ୍ଗପୁର ବନ ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ମୟୂରଭଞ୍ଜ ଜିଲ୍ଲା ବଡ଼ବାଲିଚୁଆ ଗାଁର ଲକ୍ଷ୍ମଣ ନାଏକ ଗୋଟିଏ କଲରାପତରିଆ ବାଘ ଚମଡାକୁ ବିକ୍ରି କାରିବା ପାଇଁ ଦୁଇ ଜଣ ସାଙ୍ଗଙ୍କ ସହ ବାଇକ୍ରେ ଯାଉଥିଲେ। ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀମାନେ ଜାଣିପାରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାର ସୁଯୋଗ ନେଇ ସାଙ୍ଗମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବନ ବିଭାଗ ଲକ୍ଷ୍ମଣଙ୍କୁ ଗିରଫ କରିଥିବା ବେଳେ ବାଘ ଚମଡା ଓ ଏକ ନମ୍ୱରବିହୀନ ବାଇକ୍ ଜବତ କରିଛି। ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।