ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ, ଗତକାଲି ବିଷ ପିଇଦେଲେ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀଙ୍କୁ ସହାଯ୍ୟ ମାଗିଥିଲେ। ଏହା ପୂର୍ବରୁ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ସହାଯ୍ୟ ମାଗିଥିଲେ। ହେଲେ କେହି ଶୁଣି ନ ଥିଲେ। ଏହାକୁ ନେଇ ଦୁଃଖିତ ଜଣେ ବିଦ୍ୟାଙ୍ଗ ମାନସିକ ଭାରସାମ୍ୟ ହରାଇ ଗତକାଲି ଅପରାହ୍ନରେ କୀଟନାଶକ ପିଇ ଦେଇଛନ୍ତି। ଆଜି ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ବରୁଣସିଂ ଗାଁର ବିଜୟ ଜେନା। […]

handi

handi

Niranjan Mishra
  • Published: Friday, 09 September 2022
  • Updated: 09 September 2022, 07:08 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ମୁଖ୍ୟମନ୍ତ୍ରୀଙ୍କୁ ସହାଯ୍ୟ ମାଗିଥିଲେ। ଏହା ପୂର୍ବରୁ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ମଧ୍ୟ ସହାଯ୍ୟ ମାଗିଥିଲେ। ହେଲେ କେହି ଶୁଣି ନ ଥିଲେ। ଏହାକୁ ନେଇ ଦୁଃଖିତ ଜଣେ ବିଦ୍ୟାଙ୍ଗ ମାନସିକ ଭାରସାମ୍ୟ ହରାଇ ଗତକାଲି ଅପରାହ୍ନରେ କୀଟନାଶକ ପିଇ ଦେଇଛନ୍ତି। ଆଜି ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ବରୁଣସିଂ ଗାଁର ବିଜୟ ଜେନା। ସେ କୀଟନାଶକ ପିଇବା ସମୟର ଭିଡ଼ିଓ ସୋସିଆଲ ମିଡିଆ ଫେସ୍ ବୁକ୍‌ ଷ୍ଟାଟସ୍‌ରେ ପକାଇଥିଲେ। ତାଙ୍କର କିଛି ସାଙ୍ଗସାଥୀ ଏହାକୁ ଦେଖିବା ପରେ ଖୋଜାଲୋଡ଼ା ପଡ଼ିଥିଲା। ପରେ ଗାଁ ନିକଟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସୂଚନା ମୁତାବକ, ସେ ୪ ବର୍ଷ ତଳେ ଏକ ସଡକ ଦୁର୍ଘଟଣାରେ ଦୁଇଟି ଗୋଡ଼ ହରାଇଥିଲେ। ସେପଟେ ଅନ୍ୟଏକ ଦୁର୍ଘଟଣାରେ ତାଙ୍କ ବାପା ମଧ୍ୟ ପକ୍ଷାଘାତ ରୋଗୀ ହୋଇ ଘରେ ଶଯ୍ୟାଶାୟୀ। ତାଙ୍କ ମା’ଙ୍କ ଗୋଟିଏ ଆଖି ଖରାପ ହୋଇଯାଇଥିବାରୁ ସେ ବିଶେଷ କିଛି କାମ କାର୍ଯ୍ୟ କରିପାରୁନାହାନ୍ତି। ସାନ ଭାଇ ଏ ପର୍ଯ୍ୟନ୍ତ କୌଣସି କାମ କାର୍ଯ୍ୟରେ ନିୟୋଜିତ ହୋଇନାହାନ୍ତି। ତେଣେ ଚିକିତ୍ସାରେ ସମସ୍ତ ସମ୍ବଳ ସରିଲାଣି। ପରିବାର ଚଳିବା ନିମନ୍ତେ ଏବେ କୌଣସି ପନ୍ଥା ନାହିଁ। ତଥାପି ହାରି ନ ଯାଇ ନିଜେ କିଛି କରିବାକୁ ବିଜୟ ଚେଷ୍ଟା କରୁଥିଲେ। ପ୍ରଶାସନ ନିକଟରେ ନିବେଦନପତ୍ର ଦେଇ ଏକ ଟ୍ରାଏ ସାଇକେଲ ଓ ଆର୍ଥିକ ସହଯୋଗ ଦେବାକୁ ବିନୟ ହୋଇଥିଲେ। ହେଲେ ପ୍ରଶାସନ ଦୃଷ୍ଟି ଦେଲାନି। ତେଣୁ ସେ କାହାକୁ ନ ଜଣାଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ସାଙ୍ଗସୀଥୀ କହିଛନ୍ତି।

ଏନେଇ ତାଙ୍କ ମା’ ସୁଲୋଚନା ଜେନା କହିଛନ୍ତି, ଗତକାଲି ସକାଳୁ ଉଠି ବୁଲିବାକୁ ଯାଉଛି ବୋଲି କହି ପୁଅ ବାହାରି ଯାଇଥିଲା। ଗାଁ ନିକଟ ସେରଗଡ଼ର କୌଣସି ସାର ଦୋକାନରୁ କୀଟନାଶକ କିଣି ପିଇ ଦେଇଥିଲା। ତାକୁ ଘରେ କେହି କିଛି ବି କହି ନାହାନ୍ତି। ସେ ବିଷ ପିଇଥିବା ଖବର ପାଇବା ପରେ ଖୋଜାଲୋଡ଼ା ପଡ଼ିଥିଲା। ରାତିରେ ପୁଅକୁ ଉଦ୍ଧାର କରି ଡାକ୍ତରଖାନା ଅଣାଯାଇଥିଲା। ତାକୁ ବହୁତ କଷ୍ଟ ହେଉଛି, ଏହି ବାରମ୍ବାର ମରିଯିବି ବୋଲି କହୁଥିଲା।

ସେପଟେ ବିଜୟଙ୍କ ମୋବାଇଲ୍‌ରୁ ସେ ଆତ୍ମହତ୍ୟା ଉଦ୍ୟମ କରିବା ନିଷ୍ପତ୍ତି ସମ୍ପର୍କରେ ଆଉକିଛି ତଥ୍ୟ ମିଳିଛି। କିଛିଦିନ ପୂର୍ବେ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରି ସାହାଯ୍ୟ ମାଗିଥିଲେ। ଜୀବନ ରଖିବାକୁ ଇଚ୍ଛା ନ ଥିବା ବୋଲି ପ୍ରକାଶ କରି ଇଚ୍ଛାମୃତ୍ୟୁ ଦିଆଯାଉ ବୋଲି ଉଲ୍ଲେଖ କରିଥିଲେ।

ଏନେଇ ସାମାଜିକ କର୍ମୀ ଆଶିଷ ସାହୁ କହିଛନ୍ତି, ପ୍ରଶାସନ ପକ୍ଷରୁ ଏହି ବ୍ୟକ୍ତିଙ୍କୁ ସହାୟତା କରାଯାଇଥିଲେ ହୁଏତ ସେ ଏଭଳି ନିଷ୍ପତ୍ତି ନେଇ ନ ଥାନ୍ତେ। ୪ ବର୍ଷ ହେବ ସେ ଶାରୀରିକ ଓ ମାନସୀକ ପୀଡ଼ାରେ ରହି ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ ସେ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନ ହେଲେ କଟକରେ ଚିକିତ୍ସା କରାଇବାକୁ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story