ହାରିଗଲେ ବିଜୟ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ହାରିଗଲେ ବିଜୟ। ତାଙ୍କ ସହାୟତା ଚିତ୍କାର ପ୍ରଶାସନିକ ଅଧିକାରୀଙ୍କୁ ଶୁଣା ଗଲାନାହିଁ। ଦୁର୍ଘଟଣାରେ ଦୁଇଟି ଗୋଡ଼ ହରାଇବା ପରେ ରୋଗୀଣା ମା’, ବାପା’ଙ୍କୁ କଷ୍ଟ ଦେଖି ପାରିଲେନି। ଶେଷରେ କୀଟନାଶକ ପିଇବା ପରେ ଆଜି ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ବରୁଣସିଂ ଗାଁର ବିଜୟ ଜେନା। ସେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। […]

handi

  • Published: Friday, 09 September 2022
  • , Updated: 09 September 2022, 09:57 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ହାରିଗଲେ ବିଜୟ। ତାଙ୍କ ସହାୟତା ଚିତ୍କାର ପ୍ରଶାସନିକ ଅଧିକାରୀଙ୍କୁ ଶୁଣା ଗଲାନାହିଁ। ଦୁର୍ଘଟଣାରେ ଦୁଇଟି ଗୋଡ଼ ହରାଇବା ପରେ ରୋଗୀଣା ମା’, ବାପା’ଙ୍କୁ କଷ୍ଟ ଦେଖି ପାରିଲେନି। ଶେଷରେ କୀଟନାଶକ ପିଇବା ପରେ ଆଜି ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ବରୁଣସିଂ ଗାଁର ବିଜୟ ଜେନା। ସେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଚାଲିଥିବା ବେଳେ ସନ୍ଧ୍ୟାରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଥାଉକି, ୨୦୧୮ରେ ଏକ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଥିଲେ। ସେ ବୁଢ଼ା ମା’, ବାପାଙ୍କ ଅନ୍ଧର ଲଉଡ଼ି ହେବା ନିମନ୍ତେ ବହୁ ଚେଷ୍ଟା କରିଥିଲେ। କାରଣ ବାପା ମଧ୍ୟ ଗାଡ଼ି ଡ୍ରାଇଭର ଥିବା ବେଳେ ଦୁର୍ଘଟଣାରେ ଅକ୍ଷମ ହୋଇଯାଇଥିଲେ। ତେଣୁ ସେ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ସହାଯ୍ୟ ମାଗିଥିଲେ। ହେଲେ କେହି ଶୁଣି ନ ଥିଲେ।  କିଛିଦିନ ପୂର୍ବେ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରି ସାହାଯ୍ୟ ମାଗିଥିଲେ। ଜୀବନ ରଖିବାକୁ ଇଚ୍ଛା ନାହିଁ ବୋଲି ପ୍ରକାଶ କରିଥିଲେ। ଇଚ୍ଛାମୃତ୍ୟୁ ଦିଆଯାଉ ବୋଲି ଟ୍ୱିଟରେ ଉଲ୍ଲେଖ କରିଥିଲେ। ଏହା ମଧ୍ୟ ସରକାରଙ୍କ କାନକୁ ଶୁଣାଯାଇ ନ ଥିଲେ।

ଏହାକୁ ନେଇ ସେ ଖୁବ୍ ଦୁଃଖିତ ଥିଲେ। ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ଗତକାଲି ଅପରାହ୍ନରେ କୀଟନାଶକ ପିଇ ଦେଇଥିଲେ। ସେ କୀଟନାଶକ ପିଇବା ସମୟର ଭିଡ଼ିଓ ସୋସିଆଲ ମିଡିଆ ଫେସ୍ ବୁକ୍‌ ଷ୍ଟାଟସ୍‌ରେ ପକାଇଥିଲେ। ତାଙ୍କର କିଛି ସାଙ୍ଗସାଥୀ ଏହାକୁ ଦେଖିବା ପରେ ଘର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକ ଓ ବିଶ୍ୱସ୍ତ ଜଣେ ବନ୍ଧୁ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣି ଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

Related story