କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ୍ । ଏହି ସମୟରେ ପିକ୍ଅପ୍ ଭ୍ୟାନ୍ରେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଗତକାଲି ରାତିରେ ଏକ ପିକଅପ୍ ଭ୍ୟାନ୍ ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିଲା। ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ଭ୍ୟାନ୍ଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଅନ୍ଧକାରରେ ଦୁର୍ଘଟଣାଗ୍ରସ୍ତ ଗାଡିର ଲାଇଟ ଜଳୁଥିବା ତଥା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଭ୍ୟାନ୍ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ଯାତ୍ରୀଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।