Advertisment

ରାତି ଅଧରେ ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍‌

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ୍‌ । ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନ୍‌ ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିଲା। ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ଭ୍ୟାନ୍‌ଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଅନ୍ଧକାରରେ […]

ରାତି ଅଧରେ ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ୍‌

accident

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ମହୁଲପାଳ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ୍‌ । ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଡ୍ରାଇଭରଙ୍କ ସମେତ ୩ ଯାତ୍ରୀ ଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ଗତକାଲି ରାତିରେ ଏକ ପିକଅପ୍‌ ଭ୍ୟାନ୍‌ ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଯାଉଥିଲା। ମହୁଲପାଳ ଗାଁ ନିକଟରେ ପୂର୍ତ୍ତ ବିଭାଗର ଆପ୍ରୋଚ୍ ରୋଡ଼ରେ ସିଧାସଳଖ ଭ୍ୟାନ୍‌ଟି ବ୍ରିଜ ତଳକୁ ଖସି ପଡ଼ିଥିଲା । ଅନ୍ଧକାରରେ ଦୁର୍ଘଟଣାଗ୍ରସ୍ତ ଗାଡିର ଲାଇଟ ଜଳୁଥିବା ତଥା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କାମାକ୍ଷାନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ପହଞ୍ଚି   ଯାତ୍ରୀମାନଙ୍କୁ ଭ୍ୟାନ୍‌ ଭିତରୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଆହତ ଯାତ୍ରୀଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି । ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe