/odisha-reporter/media/post_attachments/uploads/2022/05/JJ.jpg)
JJ
ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ମଣ୍ଡଳ କାରାଗାରର ବିଚାରାଧୀନ ଜଣେ କଏଦୀ ଆଜି ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଦାମୋଦର ପୃଷ୍ଟି। ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।
Advertisment
ସେ ଗତ ଏପ୍ରିଲ ୨୪ ତାରିଖ ଦିନ ନିଜ ଜ୍ୱାଇଁ ଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ। ସେହିଦିନଠାରୁ ସେ ବାରିପଦା ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ। ଗତ ୨୪ ତାରିଖ ଦିନ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରା ଯାଇଥିଲା। ଆଜି ଦିନ ୧୧ଟା ସମୟରେ ଜଣେ ଗାର୍ଡ ଡିୟୁଟିରେ ଥିବା ଅବସ୍ଥାରେ ତାଙ୍କୁ ଚକମା ଦେଖାଇ ସେ କେଉଁ ଆଡ଼େ ଫେରାର ହୋଇ ଯାଇଛନ୍ତି।
ଏ ନେଇ ମଣ୍ଡଳ କାରାଗାର ପକ୍ଷରୁ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି। ଫେରାର କଏଦିଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
