ଫଟୋ ଧରି କାନ୍ଦୁଛନ୍ତି ସମ୍ପର୍କୀୟ | Odisha Reporter
ବାଲେଶ୍ବର ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଏବେ ଜାରି ରହିଛି ମୃତଦେହ ହସ୍ତାନ୍ତର ପ୍ରକ୍ରିୟା। ଭୁବନେଶ୍ୱର ଏମସ ସହ ଅନ୍ୟ ହସପିଟାଲରେ ସମ୍ପର୍କୀୟମାନେ ମୃତଦେହ ନେବାକୁ ଅପେକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ପ୍ରଶାସନ ପାଇଁ ଚ୍ୟାଲେଂଜ ପାଲଟିଛି। ଗୋଟିଏ ମୃତଦେହ ନେବା ପାଇଁ ଏକାଧିକ ଦାବିଦାର ରହୁଥିବାରୁ ମୃତଦେହ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ଅମୃତ କୁଲାଙ୍ଗେ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
