/odisha-reporter/media/post_attachments/uploads/2022/01/561-2.jpg)
Cash Memo
ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପଞ୍ଚାୟତ ବିରୋଧୀ ଘୋଷିତ ହେବାର ଭୟ ଯୋଗୁଁ ନାମାଙ୍କନ ପତ୍ର ଫେରାଇ ଦେଲେ ଜଣେ ସରପଞ୍ଚ ଆଶାୟୀ। ଏହି ଘଟଣାଟି ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପାରପୋଷି ପଞ୍ଚାୟତରେ।
ଏହି ପଞ୍ଚାୟତର ସରପଞ୍ଚ ଆସନ ପାଇଁ ଆଶାୟୀ ଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। ମାତ୍ର ଆଜି ସେ ପାରପୋଷି ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ର ଓ ରସିଦ ଫେରାଇ ଦେଇଛନ୍ତି। ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ପଞ୍ଚାୟତବାସୀ ଚଳିତ ଥର ପଞ୍ଚାୟତ ନିର୍ବାଚନ ଭୋଟ୍ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ପଞ୍ଚାୟତର କୌଣସି ବ୍ୟକ୍ତି ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ଲୋକେ।
ପଞ୍ଚାୟତବାସୀଙ୍କ ଏହି ନିଷ୍ପତ୍ତି ସତ୍ତ୍ୱେ ଗତ ଥର ବିଜୟୀ ହୋଇ ସରପଞ୍ଚ ହୋଇଥିବା ବିନତା କିସାନ ଗତକାଲି ନାମାଙ୍କନ ପତ୍ର କ୍ରୟ କରିଥିଲେ। କିନ୍ତୁ ପଞ୍ଚାୟତବାସୀଙ୍କ ବିରୋଧର ଶିକାର ହେବା ଭୟରେ ସେ ନାମାଙ୍କନ ପତ୍ର ଫେରାଇ ଦେଇଥିବା କୁହାଯାଉଛି। ଅବଶ୍ୟ ଏନେଇ ପଞ୍ଚାୟତ ନିର୍ବାଚନ ଅଧିକାରୀ ଓ ବିନତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
