Advertisment

‘କରୋନା’ ମୁକାବିଲା ଲାଗି ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ଲାଗି ଜୁଲାଇ ୧ ତାରିଖରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯିବ। ଭୁବନେଶ୍ୱର ସହର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ସର୍ଭେ ହେବ। ସେହିପରି କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ମଧ୍ୟ ସେରୋଲୋଜିକାଲ ସର୍ଭେ ହେବ। ତେବେ ଗତ ଶନିବାରରୁ ପୁରୀରେ ସେରୋଲୋଜିକାଲ ସର୍ଭେ କରାଯାଉଛି। ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି। ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ ହେବ। ପରେ ପରେ ଅନ୍ୟସ୍ଥାନରେ ସର୍ଭେ ହେବ।  ଏଥିସହ […]

ଅଦ୍ୟତନ ହୋଇଛି
‘କରୋନା’ ମୁକାବିଲା ଲାଗି ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ଲାଗି ଜୁଲାଇ ୧ ତାରିଖରୁ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯିବ। ଭୁବନେଶ୍ୱର ସହର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ସର୍ଭେ ହେବ। ସେହିପରି କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ମଧ୍ୟ ସେରୋଲୋଜିକାଲ ସର୍ଭେ ହେବ। ତେବେ ଗତ ଶନିବାରରୁ ପୁରୀରେ ସେରୋଲୋଜିକାଲ ସର୍ଭେ କରାଯାଉଛି। ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି। ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ ହେବ। ପରେ ପରେ ଅନ୍ୟସ୍ଥାନରେ ସର୍ଭେ ହେବ।  ଏଥିସହ ସରକାର ମଗାଇଥିବା ୫୦ ହଜାର କିଟ୍ ଆସିବା ପରେ ଆଣ୍ଟିବଡି ଓ ଆଣ୍ଟିଜେନ ଟେଷ୍ଟ କରାଯିବ। ଏହାଦ୍ୱାରା କେତେ ଜଣଙ୍କ ପାଖରେ ଆଣ୍ଟିବଡି ଡେଭଲପ୍ ହୋଇଛି ନା ନାହିଁ, ତାହା ଜଣାପଡିବ।

Advertisment

ଆଇଏଲ୍‌ଏସ୍‌ ରାଜ୍ୟରେ ଜେନମ ଷ୍ଟଡି କରା ସରିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ ୨୨୮ଟି ଷ୍ଟ୍ରେନ ବା ସାମ୍ପୁଲକୁ ପରୀକ୍ଷା କରାଯାଇଛି। ଝାଡ଼ଖଣ୍ଡ ଓ ଛତିଶଗଡ଼ ନମୂନା ମଧ୍ୟ ପରୀକ୍ଷା କରାଯାଇଛି। କେବଳ ଆନାଲିସିସ ବାକି ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଜୁଲାଇ ୧୦ ତାରିଖରୁ ଝାରସୁଗୁଡା, ଅନୁଗୋଳ, ପୁରୀ, କେନ୍ଦୁଝର ସମେତ ୫ଟି ସ୍ଥାନରେ ଷ୍ଟ୍ରେନ୍ ପରୀକ୍ଷା ହେବ। ଏବେ ୫ ହଜାର ୫ ଶହରୁ ୬ହଜାର ପରୀକ୍ଷା ହେଉଛି। ‘କରୋନା’ରୁ ସୁସ୍ଥ ହେବା ପରେ ପୁଣି ଥରେ ଭୁତାଣୁ ଆକ୍ରାନ୍ତ କରିବ କି ନାହିଁ ସେନେଇ ଇମନୋଲୋଜି ଷ୍ଟଡି କରାଯାଇଛି। ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି କେତେ ବଢିଛି ତା’ର ଷ୍ଟଡି ହେବ। ଆମ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନି, ବରଂ ସ୍ଥାନୀୟ ସ୍ଥିତିକୁ ଦେଖି ଶଟ୍‌ଡାଉନ୍‌ କରାଯିବା ନେଇ ମତ ରଖିଛନ୍ତି ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ ପରିଡା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe