Advertisment

Rape: ଘରୋଇ ସ୍କୁଲରେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ; ୩ ଶିକ୍ଷକ ଓ ସହାୟିକା ଅଟକ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଏହି ୩ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

author-image
Jitendra Garnayak
Rape

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଏହି ୩ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ୩ ଶିକ୍ଷକଙ୍କ ସହ ପୁଲିସ ସ୍କୁଲର ଜଣେ ସହାୟିକାଙ୍କୁ ମଧ୍ୟ ଅଟକ ରଖିଛି। ସେହି ସହାୟିକା ଶିକ୍ଷକମାନଙ୍କୁ ଏହି ଘୃଣ୍ୟ କାମ କରିବାରେ ସହଯୋଗ କରୁଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ଛାତ୍ରୀଙ୍କ ମା’ ଏହି ଘଟଣା ନେଇ ଫେବ୍ରୁଆରୀ ୧୭ ତାରିଖରେ କେନ୍ଦ୍ରାପଡ଼ା ଶିଶୁ ମଙ୍ଗଳ କମିଟି (CWC)ରେ ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗ ପତ୍ରରେ ଲେଖିଥିଲେ ଯେ ତାଙ୍କ ଝିଅ ଘରେ କାନ୍ଦୁଥିବାର ସେ ଦେଖିଥିଲେ। ପଚାରିବାରୁ ଝିଅ କହିଥିଲା ଯେ ସ୍କୁଲରେ ତାକୁ ୩ ଜଣ ଶିକ୍ଷକ ସାଇନ୍ସ ଲାବ୍‌କୁ ଡାକି ନେଇ ତା’ ସହିତ ଶାରୀରିକ ସଂପର୍କ ରଖନ୍ତି। ଏ ବିଷୟରେ କାହାକୁ ନ କହିବାକୁ ଧମକ ଦିଅନ୍ତି। ଏ ବିଷୟରେ କାହାକୁ କହିଲେ ତାକୁ ଓ ତା’ ସାନ ଭାଇକୁ ମାରି ଦେବେ ବୋଲି ଧମକ ଦିଅନ୍ତି।

ଛାତ୍ରୀଙ୍କ ମା’ ଆହୁରି ଲେଖିଥିଲେ ଯେ ଏ ନେଇ ସେ ସ୍କୁଲ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ୧୫ ଦିନ ଭିତରେ ତଦନ୍ତ କରିବାକୁ ଅଧ୍ୟକ୍ଷ କହିଥିଲେ। କିନ୍ତୁ ୧୫ ଦିନ ବିତିଗଲା ପରେ ବି ତଦନ୍ତ ହେଲା ନାହିଁ।

Advertisment

ଅଭିଯୋଗ ପାଇବା ପରେ CWC ସ୍କୁଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। CWCର ତଦନ୍ତ ପରେ ପୁଲିସ ଏହି ଘଟଣାରେ ନିଜ ଆଡ଼ୂ ତଦନ୍ତ ଆରମ୍ଭ କରିଛି। ୩ ଅଭିଯୁକ୍ତ ଶିକ୍ଷକ ଓ ଜଣେ ସହାୟିକାଙ୍କୁ ଉଠାଇ ନେଇ ଥାନାରେ ପଚରାଉଚରା କରୁଛି ପୁଲିସ।

ଏହି ଘଟଣା ନେଇ ପୁଲିସ୍ କିମ୍ବା ସ୍କୁଲ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।