ଡିଜିଟାଲ ଇଣ୍ଡିଆର କମାଲ: ମହିଳାଙ୍କୁ ଖୋଜି ଦେଲା ଗୋଟିଏ ଟୁଇଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ଅଧରେ ଗୋଟିଏ ଟୁଇଟ୍ ହିଁ ଜଣେ ହଜିଲା ମଣିଷକୁ ଫେରାଇ ଆଣିପାରିଲା। ଖୁବ୍ ନିକଟରେ ଏହିଭଳି ଏକ ଘଟଣା ଘଟିଯାଇଛି। ରେଳ ସୁରକ୍ଷା ବଳ(ଆରପିଏଫ୍)କୁ ମିଳିଲା ସଫଳତା ଏବଂ ନିଜ ହଜିଲା ଲୋକକୁ ଫେରି ପାଇଲେ ଘର ଲୋକେ। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଚନ୍ଦ୍ରପ୍ରଭା ସାହିରେ ରହୁଥିବା ବି. ଲକ୍ଷ୍ମୀ ନାମକ ଜଣେ ମହିଳା ଭୁବନେଶ୍ୱର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଥିଲେ। ମେ ୭ରୁ ନିଖୋଜ ହେବାପରେ ପରିବାର ଲୋକ ଢେର୍ […]

10

10

Jagamohan Maharana
  • Published: Monday, 13 May 2019
  • Updated: 13 May 2019, 08:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ଅଧରେ ଗୋଟିଏ ଟୁଇଟ୍ ହିଁ ଜଣେ ହଜିଲା ମଣିଷକୁ ଫେରାଇ ଆଣିପାରିଲା। ଖୁବ୍ ନିକଟରେ ଏହିଭଳି ଏକ ଘଟଣା ଘଟିଯାଇଛି। ରେଳ ସୁରକ୍ଷା ବଳ(ଆରପିଏଫ୍)କୁ ମିଳିଲା ସଫଳତା ଏବଂ ନିଜ ହଜିଲା ଲୋକକୁ ଫେରି ପାଇଲେ ଘର ଲୋକେ।

ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁରର ଚନ୍ଦ୍ରପ୍ରଭା ସାହିରେ ରହୁଥିବା ବି. ଲକ୍ଷ୍ମୀ ନାମକ ଜଣେ ମହିଳା ଭୁବନେଶ୍ୱର ରେଳ ଷ୍ଟେସନରେ ନିଖୋଜ ହୋଇଯାଇଥିଲେ। ମେ ୭ରୁ ନିଖୋଜ ହେବାପରେ ପରିବାର ଲୋକ ଢେର୍ ଖୋଜିଥିଲେ। ଆଉ ଥାନାରେ ଏତଲା ଦେବା ସହ ଫେସବୁକରେ ଏ ସମ୍ପର୍କରେ ପୋଷ୍ଟ କରି ସମସ୍ତଙ୍କୁ ଆକୁଳ ନିବେଦନ ବି କରିଥିଲେ |

ଏହି ଫେସବୁକ୍ ପୋଷ୍ଟକୁ ଦେଖି ବୌଦ୍ଧାୟନ ଆଚାର୍ଯ୍ଯ ନାମକ ଜଣେ ଯୁବ ସାମ୍ବାଦିକ ଏହାକୁ ରେଳ ମନ୍ତ୍ରଣାଳୟ ସହ ରେଳ ମନ୍ତ୍ରୀଙ୍କୁ ରାତି ୩ଟାରେ ଟ୍ୱିଟ୍ କରିଥିଲେ।

ଆଶ୍ଚର୍ଯ୍ଯର କଥା ଠିକ୍ ରାତି ୩ଟା ୧୦ରେ ରେଳ ବିଭାଗ ପକ୍ଷରୁ ଜାରି ହୋଇଥିଲା ନିର୍ଦ୍ଦେଶନାମା। ରେଳ ସୁରକ୍ଷା ବଳ ଆଇଜି ତୁରନ୍ତ ଭୁବନେଶ୍ୱର, ୱାଲଟିୟର ଓ ସମ୍ବଲପୁର ରେଳ ସୁରକ୍ଷା ବଳ କାର୍ଯ୍ୟାଳୟକୁ ମହିଳା ଜଣଙ୍କୁ ଖୋଜିବା ପାଇଁ ଜାରି କରିଦେଲେ ନିର୍ଦ୍ଦେଶ।

ତା'ପରେ ଆରପିଏଫ ଖୋଜିବା ଆରମ୍ଭ କରିଦେଇଥିଲା। ଅନୁମାନ କରିଯାଉଥିଲା ବୋଧେ ରାଜ୍ୟ ବାହାରକୁ ମହିଳା ଜଣଙ୍କୁ ଅପହରଣ କରି ନିଆଯାଇଛି। ସନ୍ଦେହ ସତ ମଧ୍ଯ ହୋଇଥିଲା। ଦେଖିଲା ବେଳକୁ  ଆନ୍ଧ୍ରପ୍ରଦେଶର ବିଜୟନଗରମରେ ବି. ଲକ୍ଷ୍ମୀଙ୍କୁ ସ୍ଥାନୀୟ ଆର୍‌ପିଏଫ୍ ଖୋଜି ପାଇଥିଲା।

ରେଳବାଇ ପୁଲିସ୍‌ର ପ୍ରୟାସ ପାଇଁ ମହିଳା ଜଣଙ୍କ ନିଜ ଘରକୁ ସୁରକ୍ଷିତ ଫେରିଛନ୍ତି ସତ, ହେଲେ ରାତି ଅଧରେ ସୋଶାଲ୍‌ ମିଡିଆରେ ଗୋଟିଏ ମାତ୍ର ଟୁଇଟ୍‌ ଯେ, ଏହି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିଛି ଏହା ନିଶ୍ଚିତ ମାନିବାକୁ ପଡ଼ିବ।

ଏ ସମ୍ପର୍କରେ ଉକ୍ତ ଯୁବ ସମ୍ବାଦିକ ଜଣକ କହିଛନ୍ତି, ପ୍ରକୃତରେ ମୁଁ ବିଶ୍ଵାସ ବି କରି ନ ଥିଲି ଯେ, ‘ମୋର ଗୋଟିଏ ମାତ୍ର ଟୁଇଟ୍‌ ଏହି ମହିଳା ଜଣଙ୍କୁ ନିଜ ଘରକୁ ଫେରାଇ ଆଣି ପାରିବ ବୋଲି !’

ଏବେ ନିଜ ଘରକୁ ବି. ଲକ୍ଷ୍ମୀ ଫେରି ସାରିଥିବା ବେଳେ ପରିବାରରେ ନିଜ ପ୍ରିୟ ମାଆକୁ ପାଇ ସମସ୍ତେ ଖୁସି। ଡିଜିଟାଲ ଇଣ୍ଡିଆ ଓ ରେଳ ବିଭାଗ ହେଲ୍ପଲାଇନକୁ ପରିବାର ଲୋକେ ଦେଇଛନ୍ତି ଅକୁଣ୍ଠ ଧନ୍ୟବାଦ। କାରଣ ଅଧ ରାତିରେ ବି ଗୋଟିଏ ଟ୍ୱିଟ୍ରେ  ସେମାନେ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ହୁଏତ ଡିଜିଟାଲ ଇଣ୍ଡିଆକୁ ନେଇ ବିତର୍କ କରୁଥିବା ରାଜନେତାଙ୍କ ପାଇଁ କାହାଣୀ ହୋଇପାରେ। କିନ୍ତୁ ଯିଏ ନିଜ ଆତ୍ମୀୟଙ୍କୁ ହରାଇଛି ଓ ପାଇଛି ତା' ଉପରେ ଏ ବିତର୍କ କିଛି ବି ପ୍ରଭାବ ପକାଇବନି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos