Advertisment

ପ୍ରାର୍ଥନା କ୍ଲାସରେ ଛାତ୍ରୀ କଲେ ବାନ୍ତି, ଡାକ୍ତରଖାନାରେ ମୃତ୍ୟୁ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପ୍ରାର୍ଥନା କ୍ଲାସରେ ଅଚାନକ ଜଣେ ଛାତ୍ରୀ ବାନ୍ତି କଲେ। ଅସୁସ୍ଥ ଥିବା ଭାବି ଶିକ୍ଷକମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଛାତ୍ରୀଙ୍କ ବାପା ପହଞ୍ଚି ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାମ ବି. ଆରତି। ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ବିଷ କ୍ରିୟାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ସେ […]

ମାଆ ଉପରେ ରାଗି ବିଷ ପିଇଦେଲା ପୁଅ

Girl-Student-Death

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପ୍ରାର୍ଥନା କ୍ଲାସରେ ଅଚାନକ ଜଣେ ଛାତ୍ରୀ ବାନ୍ତି କଲେ। ଅସୁସ୍ଥ ଥିବା ଭାବି ଶିକ୍ଷକମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଛାତ୍ରୀଙ୍କ ବାପା ପହଞ୍ଚି ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାମ ବି. ଆରତି। ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ।

Advertisment

ବିଷ କ୍ରିୟାରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ସେ କ’ଣ ପାଇଁ ବିଷ ଖାଇଲେ, କିପରି ଏହି ଘଟଣା ଘଟିଲା ତାହା ଜଣାପଡ଼ିନି।

ସବୁଦିନ ଭଳି ସେ ଆଜି ସକାଳୁ ବିଦ୍ୟାଳୟ ଆସିଥିଲେ। ସ୍କୁଲ ଭିତରେ ସେ ପ୍ରାର୍ଥନା କରୁଥିବା ବେଳେ ବାନ୍ତି କରିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏହା ଦେଖି ତୁରନ୍ତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଛାତ୍ରୀଙ୍କ ବାପା ବି ପରମେଶ୍ୱର କହିଛନ୍ତି, ସକାଳୁ ସବୁ ଠିକଠାକ ଥିଲା। ଝିଅ ସ୍କୁଲ ଯାଉଛି କହି ବାହାରି ଆସିଥିଲା। ସେ ପୁଅକୁ ଧରି ଆଦର୍ଶ ବିଦ୍ୟାଳୟରେ ଛାଡ଼ିବାକୁ ଯାଇଥିଲେ। ହଠାତ୍ ତାଙ୍କୁ ଫୋନ୍ ଆସିଲା ଯେ, ଝିଅ ବାନ୍ତି କରି ଅସୁସ୍ଥ ହୋଇପଡ଼ିଛି। ଶୀଘ୍ର ଆସ। ସେ ଯାଇ ଦେଖନ୍ତି ସ୍କୁଲ ବାହାରେ ଝିଅ ପଡ଼ିଛି। ବାନ୍ତି କରୁଛି। ସ୍କୁଲର କିଛି ବିଦ୍ୟାର୍ଥୀ ସହଯୋଗ ଦେଇ ଝିଅକୁ ଡାକ୍ତରଖାନା ଆଣିଥିଲେ। ହେଲେ ଚିକିତ୍ସା ଚାଲିଥିବା ବେଳେ ସେଠାରେ ଝିଅର ମୃତ୍ୟୁ ହୋଇଯାଇଥିଲା। ବିଷ କ୍ରିୟାରେ କିପରି ତାର ମୃତ୍ୟୁ ହେଲା ସେ ଜାଣିନାହାନ୍ତି।

ତେଣେ ଛାତ୍ରୀଙ୍କ ବାନ୍ତି ହେବା ପରେ ସ୍କୁଲ କର୍ତ୍ତୃପକ୍ଷ କାହିଁକି ତାଙ୍କୁ ତୁରନ୍ତ ଡାକ୍ତରଖାନା ନ ନେଲେ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe