Advertisment

ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଉଥିଲେ ଶିକ୍ଷକ, ବାଟରେ ଚାଲିଗଲା ଜୀବନ

ନୟାଗଡ଼(ଓଡ଼ିଶା ରିପୋର୍ଟର): ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍‌ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ। ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ। ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା ମିଳାଇ ଗଲା। ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। ମୃତ ଶିକ୍ଷକଙ୍କ ନାଁ ଅମର ଚାନ୍ଦ। ତାଙ୍କ ଘର ଜୁନାଗଡ଼ରେ। ସେ ଜୁନାଗଡ଼ରୁ ନୟାଗଡ଼ ଆସିଥିଲେ। ସେଠାରୁ ଆଜି ସକାଳେ […]

ଆନ୍ଦୋଳନରେ ସାମିଲ ହେବାକୁ ଭୁବନେଶ୍ୱର ଯାଉଥିଲେ ଶିକ୍ଷକ, ବାଟରେ ଚାଲିଗଲା ଜୀବନ

Bus

Advertisment

ନୟାଗଡ଼(ଓଡ଼ିଶା ରିପୋର୍ଟର): ଆନ୍ଦୋଳନରେ ସାମିଲ ହେବା ପାଇଁ ବସ୍‌ରେ ଭୁବନେଶ୍ୱର ଯାଉଥିଲେ ଜଣେ ଶିକ୍ଷକ। ଅନ୍ୟ ଶିକ୍ଷକମାନଙ୍କ ସହ ମିଶି ସରକାରଙ୍କ ନିକଟରେ ଦାବି ଜଣାଇଥା’ନ୍ତେ। ହେଲେ ତାଙ୍କର ସବୁ ଇଚ୍ଛା ପାଣି ଫୋଟକା ମିଳାଇ ଗଲା। ଅଧାବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ।

Advertisment

ମୃତ ଶିକ୍ଷକଙ୍କ ନାଁ ଅମର ଚାନ୍ଦ। ତାଙ୍କ ଘର ଜୁନାଗଡ଼ରେ। ସେ ଜୁନାଗଡ଼ରୁ ନୟାଗଡ଼ ଆସିଥିଲେ। ସେଠାରୁ ଆଜି ସକାଳେ ଏକ ଘରୋଇ ବସ୍‌ରେ ଭୁବନେଶ୍ୱର ଯାଉଥିଲେ। ହେଲେ ଇଟାମାଟି ନିକଟରେ ଏକ ପେଟ୍ରୋଲ ପମ୍ପ ପାଖରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ବସ୍‌ଟି ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିକ୍ଷକ ଅମର ଚାନ୍ଦଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାଗସ୍ତ ବସ୍‌ର ସମ୍ମୁଖ ଭାଗ ସହିତ ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପୁଲିସ ଉଭୟ ଟ୍ରକ୍ ଓ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Teachers' Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe