Advertisment

ଶିକ୍ଷକ ନେଉଛନ୍ତି ୧ଟଙ୍କିଆ ଚାଉଳ

ଯାଜପୁର(ସଞ୍ଜିବ ନାୟକ): ଖାଦ୍ୟ ସୁରକ୍ଷା ଯୋଜନାରେ ସରକାରୀ ଶିକ୍ଷକ ବି ପାଉଛନ୍ତି ୧ଟଙ୍କିଆ ଚାଉଳ। ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କୁ ଦିଆଯାଉଥିବା ରାସନ ସାମଗ୍ରୀ ଶିକ୍ଷକ ନେଉଥିବା ଜଣାପଡ଼ିବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ମଲିପୁର ଗ୍ରାମର ସତ୍ୟସାଇ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କ ବିରୋଧରେ ସିଂହପୁର ଗ୍ରାମର ଲୋକେ ଏହି ଅଭିଯୋଗ କରିଛନ୍ତି। ରାସନ କାର୍ଡ ସହ ଏହି ଶିକ୍ଷକଙ୍କ ନିକଟରେ ହ୍ୟାଣ୍ଡିକାଫ୍ଟ ସାର୍ଟିଫିକେଟ […]

ଅଦ୍ୟତନ ହୋଇଛି
ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ୩ ମାସ ମାଗଣା ଚାଉଳ

rice

Advertisment

ଯାଜପୁର(ସଞ୍ଜିବ ନାୟକ): ଖାଦ୍ୟ ସୁରକ୍ଷା ଯୋଜନାରେ ସରକାରୀ ଶିକ୍ଷକ ବି ପାଉଛନ୍ତି ୧ଟଙ୍କିଆ ଚାଉଳ। ସରକାରଙ୍କ ଦ୍ୱାରା ଗରିବ ଲୋକଙ୍କୁ ଦିଆଯାଉଥିବା ରାସନ ସାମଗ୍ରୀ ଶିକ୍ଷକ ନେଉଥିବା ଜଣାପଡ଼ିବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯାଜପୁରଜିଲ୍ଲା ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ମଲିପୁର ଗ୍ରାମର ସତ୍ୟସାଇ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣେ ଶିକ୍ଷକଙ୍କ ବିରୋଧରେ ସିଂହପୁର ଗ୍ରାମର ଲୋକେ ଏହି ଅଭିଯୋଗ କରିଛନ୍ତି। ରାସନ କାର୍ଡ ସହ ଏହି ଶିକ୍ଷକଙ୍କ ନିକଟରେ ହ୍ୟାଣ୍ଡିକାଫ୍ଟ ସାର୍ଟିଫିକେଟ ବି ରହିଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି  ଗ୍ରାମବାସୀ।

Advertisment

ଏହି ଶିକ୍ଷକ ସିଂହପୁର ଗ୍ରାମରେ ଥିବା ସରକାରୀ ଖୁଚୁରା ସାମଗ୍ରୀ ଡିଲରଙ୍କ ପାଖରେ ହିତାଧିକାରୀ ହୋଇଛନ୍ତି। ସେ ସତ୍ୟସାଇ ସ୍କୁଲରେ  ବ୍ଲକଗ୍ରାଣ୍ଟ ଶିକ୍ଷକ ଭାବରେ କାମ କରୁଛନ୍ତି। ସରକାରଙ୍କ ଠାରୁ ଦରମା ପାଇ ମଧ୍ୟ ଯୋଗାଣ ବିଭାଗ ବର୍ଷ ବର୍ଷ ହେବ ତାଙ୍କୁ ରାସନ ସାମଗ୍ରୀ ଦେଉଛି। ଏହା ବେନିୟମ ହୋଇଥିବାରୁ ଗରିବ କଲ୍ୟାଣ ଯୋଜନାରୁ ତାଙ୍କୁ ବାଦ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ତେଣେ ଅଭିଯୋଗକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଶିକ୍ଷକ ଚଳିତ ମାସରେ ବିଝାଂରପୁର ଯୋଗାଣ ବିଭାଗ ନିକଟରେ ରାଶନ କାର୍ଡ ସମର୍ପଣ କରିଥିବା କହିଛନ୍ତି। ଦୁର୍ଘଟଣା ଲାଗି ତାଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ମିଳିଥିବା ପ୍ରତିକ୍ରିୟା ଦେଇ ସେ କହିଛନ୍ତି। ଅନ୍ୟପଟେ ଜିଲ୍ଲା ଶିକ୍ଷାଧିକାରୀ ରଂଜନ ଗିରି କହିଛନ୍ତି, ସମ୍ପୃକ୍ତ ଶିକ୍ଷକଙ୍କ ନାମରେ  ଆସିଥିବା ଅଭିଯୋଗର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment
Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe