subndragardh
ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ୧୨ ଦିନ ପରେ ଉତ୍ତରପ୍ରଦେଶରୁ ଉଦ୍ଧାର ହୋଇଛନ୍ତି। ଲେଫ୍ରିପଡ଼ା ଥାନା ପୁଲିସ୍ ନାବାଳିକାଙ୍କୁ ଉତ୍ତରପ୍ରଦେଶର ମୁଜାଫରନଗରରୁ ଉଦ୍ଧାର କରିଛି। ନାବାଳିକାଙ୍କୁ ୬୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ର ସୂଚନା ଦେଇଛନ୍ତି।
/odisha-reporter/media/post_attachments/wp-content/uploads/2019/03/subndragardh.jpg111.jpg)
ପୂରା ଘଟଣା ଏମିତି
ଲେଫ୍ରିପଡା ଥାନା ଅଞ୍ଚଳର ଜଣେ ନାବାଳିକା ଗତ ୨୫ ତାରିଖରେ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ଖୋଲତାଡ ଆରମ୍ଭ କରିଥିଲା। ପରେ ନାବାଳିକା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜାଣିବାକୁ ପାଇଥିଲା।
ଅଭିଯୋଗ ଅନୁଯାୟୀ, ସମ୍ପର୍କୀୟ ଜଣକ ନାବାଳିକାଙ୍କୁ ସୁନ୍ଦରଗଡ଼ର ଏକ ଦମ୍ପତିଙ୍କୁ ଦେଇଥିଲେ। ତା’ପରେ ସେମାନେ ନାବାଳିକାଙ୍କୁ ହରିଆଣା, ଛତିଶଗଡ଼ ଓ ଉତ୍ତରପ୍ରଦେଶରେ ବିଭିନ୍ନ ସ୍ଥାନରେ କାମରେ ନିୟୋଜିତ କରିଥିଲେ। ପରେ ନାବାଳିକାଙ୍କୁ ୬୦ ଟଙ୍କାରେ ମୁଜାଫୁରନଗର ଅଞ୍ଚଳରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାଙ୍କୁ ବିବାହ କରି ନାନା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।
ଲେଫ୍ରିପଡ଼ା ଥାନା ପୁଲିସ ଘଟଣାର ତଦନ୍ତ କରି ସୁନ୍ଦରଗଡ଼ର ସେହି ଦଲାଲ୍ଙ୍କୁ ଜେରା କରିବାରୁ ନାବାଳିକାଙ୍କ ସମ୍ପର୍କରେ ପତ୍ତା ମିଳିଥିଲା। ପରେ ପୁଲିସ ଉତ୍ତରପ୍ରଦେଶ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଛି। ଏହି ଦମ୍ପତିଙ୍କ ସମେତ ପୁଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/subndragardh.jpg)