Advertisment

ଘରକୁ ଫେରୁଥିଲେ ଯୁବକ, ସାଇକେଲ ସହ ଭାସିଗଲେ

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ବନ୍ୟା ପାଣିରେ  ସାଇକେଲ ସହ ଭାସିଗଲେ ଯୁବକ। ସ୍ଥାନୀୟ ଲୋକ ଖୋଜାଖୋଜି କରିବାପରେ ମୃତଦେହ ବୁଦାମୂଳରୁ ଉଦ୍ଧାର କରିଥିଲେ।  ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସୁନୀଲ ସାହୁ । ଗତକାଲି ସୁନୀଲ ସାଇକେଲ ନେଇ ବଜାରକୁ ଯାଇଥିଲେ। ବଜାରରୁ ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଚାଲିଥିବା ବନ୍ୟାପାଣିରେ ସାଇକେଲ ସହ ଭାସି ଯାଇଥିଲେ।  ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରିବା ବୁଦା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଘରକୁ ଫେରୁଥିଲେ ଯୁବକ, ସାଇକେଲ ସହ ଭାସିଗଲେ

drowning

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର):ବନ୍ୟା ପାଣିରେ  ସାଇକେଲ ସହ ଭାସିଗଲେ ଯୁବକ। ସ୍ଥାନୀୟ ଲୋକ ଖୋଜାଖୋଜି କରିବାପରେ ମୃତଦେହ ବୁଦାମୂଳରୁ ଉଦ୍ଧାର କରିଥିଲେ।  ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ସୁନୀଲ ସାହୁ ।

Advertisment

ଗତକାଲି ସୁନୀଲ ସାଇକେଲ ନେଇ ବଜାରକୁ ଯାଇଥିଲେ। ବଜାରରୁ ଘରକୁ ଫେରୁଥିବା ବେଳେ ରାସ୍ତା ଉପରେ ଚାଲିଥିବା ବନ୍ୟାପାଣିରେ ସାଇକେଲ ସହ ଭାସି ଯାଇଥିଲେ।  ସ୍ଥାନୀୟ ଲୋକେ ବହୁତ ଖୋଜାଖୋଜି କରିବା ବୁଦା ମୂଳରୁ ତାଙ୍କୁ ଉଦ୍ଧାର କରିଥିଲେ। ପରିବାର ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯାଇଥିଲେ।  ସେଠାରେ ଡାକ୍ତର ସୁନୀଲଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୁନୀଲଙ୍କ ମୃତ୍ୟୁ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।