Advertisment

Accident: ଡୁବୁରୀ ଛକରେ ମାଡ଼ିଗଲା ଟ୍ରକ୍‌, କଂଗ୍ରେସ ନେତାଙ୍କ ମୃତ୍ୟୁ

ରଞ୍ଜିତ ରାଜ୍‌ଙ୍କ ଘର ସ୍ଥାନୀୟ ବାରାଗାଡ଼ିଆ ଗ୍ରାମରେ। ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରିଥିଲେ। ନିକଟରେ ତାଙ୍କୁ କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ଉପସଭାପତି କରାଯାଇଥିଲା।

99990
Advertisment

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଡୁବୁରୀ ଛକରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ଯାଜପୁର ଜିଲ୍ଲା କଂଗ୍ରେସ ଉପସଭାପତି ରଞ୍ଜିତ ରାଜ୍‌ଙ୍କ ମୃତ୍ୟୁ ଘଟିଛି। 

Advertisment

ରଞ୍ଜିତ ରାଜ୍‌ଙ୍କ ଘର ସ୍ଥାନୀୟ ବାରାଗାଡ଼ିଆ ଗ୍ରାମରେ। ରଞ୍ଜିତ ଦୀର୍ଘଦିନ ଧରି ସୁକିନ୍ଦା ବ୍ଲକ୍ କଂଗ୍ରେସ ସଭାପତି ରୂପେ କାର୍ଯ୍ୟ କରିଥିଲେ। ନିକଟରେ ତାଙ୍କୁ କଂଗ୍ରେସ ପକ୍ଷରୁ ଯାଜପୁର ଜିଲ୍ଲା ଉପସଭାପତି କରାଯାଇଥିଲା।

ସୂଚନା ମୁତାବକ ଆଜି ଅପରାହ୍ନରେ ରଞ୍ଜିତ ରାଜ୍‌ ଡ଼ୁବୁରୀ ଛକରେ ରାସ୍ତା ପାର ହେଉଥିବା ବେଳେ ଏକ ୧୪ ଚକିଆ ଟ୍ରକ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଡ଼ୁବୁରୀ ଛକରୁ କେନ୍ଦୁଝର, ଚଣ୍ଡିଖୋଲ, ଯାଜପୁର ରୋଡ୍‌ ଓ ଢେଙ୍କାନାଳକୁ ଯାଇଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି।

ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ୍ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ କଳିଙ୍ଗନଗର ପୁଲିସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ କଳିଙ୍ଗନଗର ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe