/odisha-reporter/media/post_attachments/uploads/2020/06/truck-1.jpg)
truck
ବାରିପଦା (ମାଣିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ସ୍ଥିତ ଦୁଆରଶୁଣି ଘାଟିରୁ ଏକ ଟ୍ରକ୍ ପ୍ରାୟ ୭୦ ଫୁଟ୍ ତଳକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Advertisment
ଟ୍ରକ୍ଟି ମହାରାଷ୍ଟ୍ରର ନାସିକରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିଲା। ହେଲେ ଦୁଆରଶୁଣି ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ଯାଇଥିଲା। ଟ୍ରକ୍ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି।
ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ହେଲ୍ପରଙ୍କୁ ଉଦ୍ଧାର କରିଥିଲେ। ତେବେ ଖବର ଲେଖାଯିବା ସୁଦ୍ଧା ଟ୍ରକ୍ରୁ ଡ୍ରାଇଭରଙ୍କ ମୃତଦେହ ବାହାର କରାଯାଇ ନଥିଲା।
Advertisment
ସୂଚନାଯୋଗ୍ୟ, ଗତ ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ପିଆଜ ବୋଝେଇ ଟ୍ରକ୍ ଯାହା ଦୁଆରଶୁଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
