Advertisment

Accident: ବାଇକ୍‌ରୁ ପଡ଼ିବା ପରେ ଚଢ଼ିଗଲା ଟ୍ରକ୍

ଆଜି ଝରଣା ତାଙ୍କ ପୁଅ ଅବିନାଶ ସାହୁଙ୍କ ସହିତ ବାଇକ୍‌ରେ ଘଟଗାଁରୁ ମା’ ତାରିଣୀଙ୍କ ଦର୍ଶନ କରି ଘରକୁ ଫେରୁଥିଲେ। ରାମଚନ୍ଦ୍ରପୁର ଥାନା ଖଲଣା ଛକ ନିକଟରେ ହଠାତ୍ ସେ ବାଇକ୍‌ରୁ ଖସିପଡ଼ିଥିଲେ।

Dead
Advertisment

ପୁଅ ସହ ବାଇକ୍‌ରେ ଯାଉଥିଲେ ଜଣେ ମହିଳା। ଭାରସାମ୍ୟ ହରାଇ ବା ଅନ୍ୟ କୌଣସି କାରଣରୁ ସେ ହଠାତ୍ ବାଇକ୍‌ରୁ ଖସି ପଡ଼ିଥିଲେ। ବାଇକ୍‌ରୁ ପଡ଼ିବା ମାତ୍ରେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଖଲଣା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା

Advertisment

ମୃତ ମହିଳାଙ୍କ ନାଁ ଝରଣା ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବର୍ତ୍ତମଣା ଗାଁରେ। 

ଆଜି ଝରଣା ତାଙ୍କ ପୁଅ ଅବିନାଶ ସାହୁଙ୍କ ସହିତ ବାଇକ୍‌ରେ ଘଟଗାଁରୁ ମା’ ତାରିଣୀଙ୍କ ଦର୍ଶନ କରି ଘରକୁ ଫେରୁଥିଲେ। ରାମଚନ୍ଦ୍ରପୁର ଥାନା ଖଲଣା ଛକ ନିକଟରେ ହଠାତ୍ ସେ ବାଇକ୍‌ରୁ ଖସିପଡ଼ିଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। 

Advertisment

ଝରଣାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe