Advertisment

ବିଧବାଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ଦୁଇ ଦିନ ଜଙ୍ଗଲରେ ରଖିଥିଲେ

କେନ୍ଦୁଝର (ପ୍ରଣୟ କୁମାର ପାଣି ): ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାଟି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଏହି ମହିଳା ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ବଡ଼ବିଲ ଗୁରୁଦ୍ୱାରା […]

ଅଦ୍ୟତନ ହୋଇଛି
ବିଧବାଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ଦୁଇ ଦିନ ଜଙ୍ଗଲରେ ରଖିଥିଲେ

Rape Graphics

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି ): ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘଟଣାଟି କେନ୍ଦୁଝରଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।

Advertisment

ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଏହି ମହିଳା ଜଣଙ୍କ ସୁନ୍ଦରଗଡ଼ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ବଡ଼ବିଲ ଗୁରୁଦ୍ୱାରା ଛକରୁ ଏକ ସ୍କୋର୍ପିଓରେ ତାଙ୍କୁ ଅପହରଣ କରି ନିଆଯାଇଥିଲା।

ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଅଭିଯୁକ୍ତମାନେ ତାଙ୍କୁ ବଡ଼ବିଲ ଥାନା ଅନ୍ତର୍ଗତ ମୁଣ୍ଡାନାଲ ନିକଟ କାଜୁ ଜଙ୍ଗଲରେ ରଖି ଏକାଧିକ ବାର ଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ପୀଡିତା ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର  ଥାନାରେ ଅଭିଯୋଗ କରିଥିଲେ l

Advertisment

ଦୁଷ୍କର୍ମ ସଂପର୍କରେ କାହାକୁ କହିଲେ ମାରି ଦେବାକୁ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହିତ ତାଙ୍କ ଠାରୁ ୧୩ ହଜାର ଟଙ୍କା ମଧ୍ୟ ନେଇ ଯାଇଥିଲେ ବୋଲି ସେ ଅଭିଯୋଗ କରିଥିଲେ।

ବଡ଼ବିଲ ପୁଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇ ତାଙ୍କୁ ଘରେ ଛାଡ଼ି ଦେଇଥିଲା । ତାଙ୍କ ଅଭିଯୋଗକୁ ଭିତ୍ତି କରି ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ହେଲେ ଅକ୍ଷୟ ଓଝା ଓ ରିସୀ ତରୁଆ।

ଡାକ୍ତରୀ ପରୀକ୍ଷା ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe