Advertisment

Fraud : ଗିରଫ ହେବା ପରେ ବି ତୋଡ଼ ଦେଖାଇଛନ୍ତି, କହିଛନ୍ତି...

ନାଁ ସୁରେଶ୍ବରୀ ଜେନା, ପରିଚୟ ସମାଜସେବୀ। ହେଲେ ଅସଲ କାମ ବିଲକୁଲ ଅଲଗା। ଲୋକଙ୍କୁ ଠକିବା, କୋଟି କୋଟି ଟଙ୍କା ଠକି ନେଇ ଫେରାର ହୋଇଯିବା ମାଡାମଙ୍କ ଅସଲ କାମ। ଆଉ ଏ କଥା ଧରାପଡିଯିବା ପରେ ଏବେ ପୁଲିସ ପଞ୍ଛାରେ ପଡିଛନ୍ତି ସୁରେଶ୍ୱରୀ।

author-image
Jitendra Garnayak
Accused


ନାଁ ସୁରେଶ୍ୱରୀ ଜେନା, ପରିଚୟ ସମାଜସେବୀ। ହେଲେ ଅସଲ କାମ ବିଲକୁଲ ଅଲଗା। ଲୋକଙ୍କୁ ଠକିବା, କୋଟି କୋଟି ଟଙ୍କା ଠକି ନେଇ ଫେରାର ହୋଇଯିବା ମାଡାମଙ୍କ ଅସଲ କାମ। ଆଉ ଏ କଥା ଧରାପଡିଯିବା ପରେ ଏବେ ପୁଲିସ ପଞ୍ଛାରେ ପଡିଛନ୍ତି ସୁରେଶ୍ୱରୀ। ତାଙ୍କ ନାଁରେ ୧୫ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗର ଖୋଲତାଡ଼ କରୁଛି ପୁଲିସ। ଏମିତିକି କେହି ଯଦି ଏହି ମହିଳାଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ହୋଇଥାନ୍ତି, ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ମଧ୍ୟ କୁହାଯାଇଛି। ଅନ୍ୟପଟେ ଗିରଫ ହେବା ପରେ ବି ତୋଡ଼ ଦେଖାଇଛନ୍ତି ସୁରେଶ୍ୱରୀ। କହିଛନ୍ତି, ସେ ପୁଅ (ଅଭିଯୋଗକାରୀ) ସହ ମୋର ସମ୍ପର୍କ ଅଛି। ସେଥିପାଇଁ ସେ ଏମିତି ଅଭିଯୋଗ କରିଛି।

Advertisment

କେନ୍ଦୁଝର ଅଞ୍ଚଳର ଏହି ତଥାକଥିତ ସ୍ୱେଚ୍ଛାସେବୀ ଜଣକ ଚାକିରି କରାଇଦେବା ନାଁରେ ଲୋକଙ୍କଠାରୁ ଟଙ୍କା ହଡ଼ପ କରୁଥିଲେ। ଏମିତିକି ବ୍ୟବସାୟରେ ସହାୟତା ନାଁରେ ମଧ୍ୟ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଉ ନ ଥିଲେ। ଅଭିଯୋଗକାରୀ ସୁଶାନ୍ତ କୁମାର ରାଉତଙ୍କଠାରୁ ସେ ୧୫ ଲକ୍ଷ ଟଙ୍କା ନେଇ ସରକାରୀ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପରେ ଆଉ ଦେଖା ଦର୍ଶନ ଦେଇ ନ ଥିଲେ।

ଏ ନେଇ ସୁଶାନ୍ତ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହା ଜାଣି ସୁରେଶ୍ୱରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଯାହା ଖାରଜ ହୋଇଯିବା ପରେ ଖଣ୍ଡଗିରି ପୁଲିସର ଏକ ଟିମ୍ ସୁରେଶ୍ୱରୀଙ୍କୁ କେନ୍ଦୁଝରରୁ ଗିରଫ କରି ଭୁବନେଶ୍ଵରରେ କୋର୍ଟ ଚାଲାଣ କରିଛି I ସେପଟେ କୋର୍ଟ ଚାଲାଣ ସମୟରେ ଅଭିଯୋଗକାରୀଙ୍କଠାରୁ ସେ କୌଣସି ଟଙ୍କା ନେଇନାହାନ୍ତି ବୋଲି ସଫେଇ ଦେଇ କହିଛନ୍ତି । 

Advertisment

ଭୁବନେଶ୍ୱରରୁ ଚନ୍ଦନ ପାଇକରାରୟଙ୍କ ରିପୋର୍ଟ