Advertisment

ବୋହୂ ଘର ଆଗରେ ଧାରଣା ଦେବାରୁ ଫିନାଇଲ ପିଇ ଦେଲେ ଶାଶୁ, ଚାଲିଗଲା ଜୀବନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବୋହୂ ଘର ଆଗରେ ଧାରଣା ଦେଲା ବୋଲି ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଗଞ୍ଜାମ ଏନ୍‌ଏସିର ମଧ୍ୟ ଖଣ୍ଡସାହିରେ। ମୃତ ମହିଳାଙ୍କ ନାଁ ସୁଷମା ପଣ୍ଡା। ୨୦୨୦ରେ ତାଙ୍କ ପୁଅ ବିବାହ କରିଥିଲେ। ବିବାହର ମାତ୍ର ୧୦ ଦିନ ପରେ ପତ୍ନୀଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ। […]

ଅଦ୍ୟତନ ହୋଇଛି
ବୋହୂ ଘର ଆଗରେ ଧାରଣା ଦେବାରୁ ଫିନାଇଲ ପିଇ ଦେଲେ ଶାଶୁ, ଚାଲିଗଲା ଜୀବନ

protest

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ବୋହୂ ଘର ଆଗରେ ଧାରଣା ଦେଲା ବୋଲି ଶାଶୁ ଫିନାଇଲ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ଗଞ୍ଜାମ ଏନ୍‌ଏସିର ମଧ୍ୟ ଖଣ୍ଡସାହିରେ।

Advertisment

ମୃତ ମହିଳାଙ୍କ ନାଁ ସୁଷମା ପଣ୍ଡା। ୨୦୨୦ରେ ତାଙ୍କ ପୁଅ ବିବାହ କରିଥିଲେ। ବିବାହର ମାତ୍ର ୧୦ ଦିନ ପରେ ପତ୍ନୀଙ୍କ ସହିତ ତାଙ୍କର କଳହ ହୋଇଥିଲା। ଏହା ପରେ ତାଙ୍କ ପତ୍ନୀ ତନ୍ମୟୀ ବାପ ଘରକୁ ଚାଲି ଯାଇଥିଲେ। ଏପରିକି ତନ୍ମୟୀ ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ। ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

ପାରିବାରିକ କଳହର ସମାଧାନ ହୋଇପାରି ନଥିବା ବେଳେ ଶନିବାର ତନ୍ମୟୀ ଆସି ଶାଶୁ ଘରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କ ଆଈ ଥିଲେ। ଆଈଙ୍କ ସହିତ ତନ୍ମୟୀ ଶାଶୁ ଘର ସାମ୍ନାରେ ଧାରଣାରେ ବସିଥିଲେ।

Advertisment

ଏହା ପରେ ଆଜି ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡା ଫିନାଇଲ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

ତନ୍ମୟୀ ଧାରଣା ଦେବା ଯୋଗୁ ସୁଷମା ଏଭଳି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe