ନୀଳଗିରି (ଓଡ଼ିଶା ରିପୋର୍ଟର): ମଦ ପିଇ ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ କରୁଥିଲା ବାପା। ଏହି ସମୟରେ ବାଧା ଦେଲା ମା’। ତା’ପରେ ହେଲା ଝଗଡ଼ା। ଝଗଡ଼ା ବେଳେ ମା’ର ଆକ୍ରମଣରେ ଚାଲିଗଲା ବାପାର ଜୀବନ। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ।
ମୃତ ବ୍ୟକ୍ତିଙ୍କ ନାଁ ବୁଟୁ ସିଂ। ତାଙ୍କ ପତ୍ନୀଙ୍କ ନା ଗୁରୁବାରୀ ସିଂ।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବାକୁ ପ୍ରୟାସ କରିଥିଲେ ବୁଟୁ। ଏହି ସମୟରେ ଗୁରୁବାରୀ ତାଙ୍କୁ ବାଧା ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଗୁରୁବାରୀ ଉତ୍କ୍ଷିପ୍ତ ହୋଇ ବୁଟୁଙ୍କୁ ଏକ ଚୁଲି ଫୁଙ୍କା ନଳୀରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ବୁଟୁଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ଘରେ ପକାଇ ଗୁରୁବାରୀ ଅନ୍ୟତ୍ର ଲୁଚି ଯାଇଥିଲେ।
ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗୁରୁବାରୀଙ୍କୁ ଖୋଜି ବାହାର କରିଥିଲା। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ
ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ରାଜ୍ୟରେ ମୋଟ ୨୦ଟି ଏଆରଟି କେନ୍ଦ୍ର, ୧୭ଟି ଲିଙ୍କ୍ ଏଆରଟି ଓ ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି।

Miscellaneous
କାହା ସୁରକ୍ଷାରେ ରାଜା ଚକ୍ର: ସନ୍ଦେହରେ କ୍ରାଇମବ୍ରାଂଚ, କାହିଁକି ଥମିଗଲା ତଦନ୍ତ?
ରାଜାଙ୍କୁ ଗିରଫ ପରେ ରାଜ୍ୟ କ୍ରାଇମବ୍ରାଂଚ ଡିଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର କଳା ସାମ୍ରାଜ୍ୟର ଚିଠା ଦେଲେ। କିନ୍ତୁ କ୍ରାଇମବ୍ରାଂଚ ରାଜାଙ୍କୁ ରିମାଣ୍ଡରେ ଆଣିଲା ନାହିଁ କିମ୍ବା ରାଜାଙ୍କ ପକ୍ଷରୁ ତାଙ୍କର ଜାମିନ ପାଇଁ ମଧ୍ୟ ଆବେଦନ ହେଲାନାହିଁ ।

Miscellaneous
ହୋଲଡିଂ ଟ୍ୟାକ୍ସ: କୁଆଡ଼େ ଗଲା ବିଏମସିର ସଂଶୋଧିତ ତାଲିକା ?
ମାର୍ଚ୍ଚ ୧୨ ତାରିଖରେ ଏକ ପ୍ରେସ ମିଟରେ ମଧ୍ୟ ବିଏମସି ମେୟର ସୁଲୋଚନା ଦାସ ବିଏମସିର ତ୍ରୁଟିକୁ ସ୍ୱୀକାର କରିଥିଲେ।

Guest Column
‘ବ’ରେ ବିକାଶ, ‘ବ’ରେ ବିସ୍ଥାପନ, ‘ବ’ରେ ବିରୋଧ
ସ୍କୁଲ ବହିରେ କଲମକୁ ଦେଖି ‘କ’ ଓ ଖାତାର ଚିତ୍ରକୁ ଦେଖି ‘ଖ’ ଅକ୍ଷର ପଢ଼ିଲା ଭଳି ବିକାଶର ଚିତ୍ରକୁ ଦେଖି ‘ବ’ ଅକ୍ଷର ପାଠ୍ୟ ପୁସ୍ତକରେ ରହୁଛି। ବିକାଶର ଚିତ୍ର କହିଲେ କେଉଁଠି କାରଖାନା ତ କେଉଁଠି ବୃହତ ନଦୀବନ୍ଧକୁ ସ୍କୁଲ ବହିରେ ଦେଖାଯାଇଥାଏ

Guest Column
ଅନ୍ନ କ୍ଷେତ୍ର ପରିକଳ୍ପନା ଦୂରଦର୍ଶୀ ନୁହେଁ
ଆନନ୍ଦ ବଜାରରେ ଭକ୍ତଙ୍କ ଭିଡ଼ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ଅନ୍ନ କ୍ଷେତ୍ର ସ୍ଥାନ ନିର୍ମାଣ ବିଷୟରେ ଆଲୋଚନା କରିଥିଲେ। ଭକ୍ତମାନେ ଯେଭଳି ଆନନ୍ଦରେ ମହାପ୍ରସାଦ ସେବନ କରିପାରିବେ ସେଥିପାଇଁ ଏହି ଅନ୍ନକ୍ଷେତ୍ରରେ ସମସ୍ତ ବ୍ୟବସ୍ଥା କରା ଯିବାକୁ ନିଷ୍ପତ୍ତି ନିଆଯାଇଥିଲା।