Advertisment

ମଦ ପିଇ ନାବାଳିକା ଝିଅକୁ ବାପାର ଦୁର୍ବ୍ୟବହାର ପ୍ରୟାସ, ମାରି ଦେଲା ମା’!

ନୀଳଗିରି (ଓଡ଼ିଶା ରିପୋର୍ଟର): ମଦ ପିଇ ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ କରୁଥିଲା ବାପା। ଏହି ସମୟରେ ବାଧା ଦେଲା ମା’। ତା’ପରେ ହେଲା ଝଗଡ଼ା। ଝଗଡ଼ା ବେଳେ ମା’ର ଆକ୍ରମଣରେ ଚାଲିଗଲା ବାପାର ଜୀବନ। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ। ମୃତ ବ୍ୟକ୍ତିଙ୍କ ନାଁ ବୁଟୁ ସିଂ। ତାଙ୍କ ପତ୍ନୀଙ୍କ ନା ଗୁରୁବାରୀ ସିଂ। ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ମଦ ପିଇ ନାବାଳିକା ଝିଅକୁ ବାପାର ଦୁର୍ବ୍ୟବହାର ପ୍ରୟାସ, ମାରି ଦେଲା ମା’!

Police Station

ନୀଳଗିରି (ଓଡ଼ିଶା ରିପୋର୍ଟର): ମଦ ପିଇ ନାବାଳିକ ଝିଅକୁ ଦୁର୍ବ୍ୟବହାର ପ୍ରୟାସ କରୁଥିଲା ବାପା। ଏହି ସମୟରେ ବାଧା ଦେଲା ମା’। ତା’ପରେ ହେଲା ଝଗଡ଼ା। ଝଗଡ଼ା ବେଳେ ମା’ର ଆକ୍ରମଣରେ ଚାଲିଗଲା ବାପାର ଜୀବନ। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱରଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ।

Advertisment

ମୃତ ବ୍ୟକ୍ତିଙ୍କ ନାଁ ବୁଟୁ ସିଂ। ତାଙ୍କ ପତ୍ନୀଙ୍କ ନା ଗୁରୁବାରୀ ସିଂ।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ମଦ ପିଇ ନିଜ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବାକୁ ପ୍ରୟାସ କରିଥିଲେ ବୁଟୁ। ଏହି ସମୟରେ ଗୁରୁବାରୀ ତାଙ୍କୁ ବାଧା ଦେଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ଗୁରୁବାରୀ ଉତ୍‌କ୍ଷିପ୍ତ ହୋଇ ବୁଟୁଙ୍କୁ ଏକ ଚୁଲି ଫୁଙ୍କା ନଳୀରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ବୁଟୁଙ୍କ ମୃତ୍ୟୁ ଘଟିଥିଲା। ମୃତଦେହକୁ ଘରେ ପକାଇ ଗୁରୁବାରୀ ଅନ୍ୟତ୍ର ଲୁଚି ଯାଇଥିଲେ।

ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଗୁରୁବାରୀଙ୍କୁ ଖୋଜି ବାହାର କରିଥିଲା। ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

Advertisment
Odia News