lightening-death-in-telkoi
ତେଲକୋଇ (ଚିନ୍ମୟ ସହୁ): ବିଲରୁ କାମ ସାରି ଘରକୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ। ବଜ୍ରପାତ ହେବାରୁ ରାସ୍ତାରେ ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ଆଜି ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଡ଼ିମିରିମୁଣ୍ଡା ଗାଁରେ ଘଟିଛି।
ଆଜି ଅପରାହ୍ନରେ ତେଲକୋଇ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ବର୍ଷା ହେବା ସହିତ ବଜ୍ରପାତ ହୋଇଥିଲା। ଏହି ସମୟରେ ଡ଼ିମିରିମୁଣ୍ଡା ଗାଁର ଜଳିଆ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଅଞ୍ଜଳି ପ୍ରଧାନ ବିଲରୁ କାମ ସାରି ଫେରୁଥିଲେ। ତେବେ ହଠାତ୍ ବଜ୍ରପାତ ହେବାରୁ ଅଞ୍ଜଳି ଚେତା ହରାଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ତେଲକୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/lightening-death-in-telkoi.jpg)