Advertisment

ସୁରତରୁ ଫେରିବା ବାଟରେ ପ୍ରସବ

ଭଦ୍ରକ (ପାର୍ଥସାରଥୀ ନାୟକ): ଗୁଜରାଟର ସୁରତରୁ ଘରକୁ ଫେରୁଥିବା ବେଳେ ବାଟରେ ପ୍ରସବ କରିଛନ୍ତି ଜଣେ ମହିଳା। ତାଙ୍କ ଘର ଭଦ୍ରକ ଜିଲ୍ଲା କୁବେରା ଅଞ୍ଚଳରେ। ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି। ଦୁହେଁ ସୁସ୍ଥ ଅଛନ୍ତି। ସୂଚନା ଅନୁଯାୟୀ, ସୁରତରୁ କିଛି ପ୍ରବାସୀ ଓଡ଼ିଆଙ୍କୁ ନେଇ ମେ’ ୨ ତାରିଖରେ ଏକ ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏଥିରେ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ମଧ୍ୟ ଆସୁଥିଲେ। ତେବେ ମୁମ୍ବାଇ-ନାଗପୁର ଜାତୀୟ ରାଜପଥରେ ମହିଳା […]

ଅଦ୍ୟତନ ହୋଇଛି
ସୁରତରୁ ଫେରିବା ବାଟରେ ପ୍ରସବ

bhadrak

Advertisment

ଭଦ୍ରକ (ପାର୍ଥସାରଥୀ ନାୟକ): ଗୁଜରାଟର ସୁରତରୁ ଘରକୁ ଫେରୁଥିବା ବେଳେ ବାଟରେ ପ୍ରସବ କରିଛନ୍ତି ଜଣେ ମହିଳା। ତାଙ୍କ ଘର ଭଦ୍ରକ ଜିଲ୍ଲା କୁବେରା ଅଞ୍ଚଳରେ। ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି। ଦୁହେଁ ସୁସ୍ଥ ଅଛନ୍ତି।

Advertisment

ସୂଚନା ଅନୁଯାୟୀ, ସୁରତରୁ କିଛି ପ୍ରବାସୀ ଓଡ଼ିଆଙ୍କୁ ନେଇ ମେ’ ୨ ତାରିଖରେ ଏକ ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏଥିରେ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ମଧ୍ୟ ଆସୁଥିଲେ। ତେବେ ମୁମ୍ବାଇ-ନାଗପୁର ଜାତୀୟ ରାଜପଥରେ ମହିଳା ଜଣଙ୍କ ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ବସ୍‌ଟିକୁ ସେଠାରେ ଅଟକିଥିଲା। ରାସ୍ତା ପାର୍ଶ୍ୱରେ ହିଁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଓ ତାଙ୍କ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାଆ ଓ ଝିଅ ସୁସ୍ଥ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମହିଳାଙ୍କୁ ସେଠାରେ ଛାଡ଼ି ବସ୍‌ଟି ଭଦ୍ରକ ଆସିଯାଇଥିବାରୁ ଏହି ଦମ୍ପତି ଏବେ ସେଠାରୁ କେମିତି ଆସିବେ, ସେ ନେଇ ଅଡୁଆରେ ପଡ଼ିଛନ୍ତି। ଏମିତିକ ଏହି ଦମ୍ପତିଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ ବୋଲି ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe