ସ୍ୱାମୀକୁ ପାଇବା ପାଇଁ ବ୍ୟାଙ୍କ ଆଗରେ ପତ୍ନୀଙ୍କ ଧାରଣା

ବୌଦ୍ଧ (ଦୀପକ ଅଦର): ସ୍ୱାମୀକୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା। ଆଜି ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାମୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ କହିଛନ୍ତି। ଏହି ମହିଳା ଜଣକ ପୁରୀର ମିନତୀ ରାଣୀ ମହାପାତ୍ର। ପେସାରେ ସେ ଜଣେ ଓକିଲ। ମିନତୀ କହିଛନ୍ତି, ଗତ ୨୦୧୯ ଏପ୍ରିଲରେ କନ୍ଧମାଳ ଜିଲ୍ଲା ବାଲିଗୁଡାର […]

woman

woman

Niranjan Mishra
  • Published: Tuesday, 20 September 2022
  • Updated: 20 September 2022, 06:35 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ସ୍ୱାମୀକୁ ପାଇବା ପାଇଁ ବ୍ୟାଙ୍କ ଗେଟ୍ ଆଗରେ ପତ୍ନୀଙ୍କ ଧାରଣା। ଆଜି ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସ୍ୱାମୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପୁଲିସକୁ କହିଛନ୍ତି। ଏହି ମହିଳା ଜଣକ ପୁରୀର ମିନତୀ ରାଣୀ ମହାପାତ୍ର। ପେସାରେ ସେ ଜଣେ ଓକିଲ।

ମିନତୀ କହିଛନ୍ତି, ଗତ ୨୦୧୯ ଏପ୍ରିଲରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ମହେଶ ପ୍ରସାଦ ମିଶ୍ରଙ୍କୁ ସେ ବିବାହ କରିଥିଲେ। ବାହା ହେବାର ଏକ ମାସ ମଧ୍ୟରେ ତାଙ୍କୁ ଛାଡି ମହେଶ କେଉଁଆଡ଼େ ପଳାଇଥିଲେ। ସ୍ୱାମୀଙ୍କର ଅନ୍ୟ କାହା ସହ ସମ୍ପର୍କ ରହିଥିଲା। କିଛିଦିନ ପରେ ଫେରିଥିଲେ। ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିଲା। ପରକିୟାପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ଘରୁ ବାହାର କରିଦେଇଥିଲେ ସ୍ୱାମୀ।

ବାହା ହେବା ସମୟରେ ସ୍ୱାମୀ ପୁରୀ ଷ୍ଟେଟ୍ ବ୍ୟାଙ୍କରେ ଚାକିରି କରୁଥିଲେ ଏବଂ ପୁରୀରେ ହିଁ ରହୁଥିଲେ। ପରବର୍ତ୍ତୀ ସମୟରେ ପୁରୀ ଶାଖାରୁ ଅନ୍ୟତ୍ର ବଦଳି ହୋଇ ପଳାଇଥିଲେ। ଏ ସମ୍ପର୍କରେ ସେ ଜାଣିପାରି ନ ଥିଲେ। ତେଣୁ ବହୁ ସ୍ଥାନ ଖୋଜାଖୋଜି କରି ନିରାଶ ହେବାରୁ ନ୍ୟାୟ ପାଇବା ପାଇଁ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଜୁଲାଇ ମାସ ୨୦୧୯ରେ ତାଙ୍କ ଅଭିଯୋଗ ଉପରେ ଦିଲ୍ଲୀ ମହିଳା କମିଶନ ବାରମ୍ବାର ହାଜର ହେବାକୁ ସ୍ୱାମୀ ମହେଶଙ୍କୁ ନୋଟିସ କରିଥିଲେ।

ହେଲେ ମହିଳା କମିଶନ ପାଖରେ ଥରେ ହେଲେ ସ୍ୱାମୀ ହାଜର ହେଲେନି। ତେଣୁ ମହିଳା କମିଶନ ପୁରୀ ସିଂହଦ୍ଵାର ଥାନାକୁ ମାମଲାକୁ ସ୍ଥାନାନ୍ତର କରିଥିଲେ। ପରେ ସେ ପୁରୀ ଫ୍ୟାମିଲି କୋର୍ଟରେ ଭରଣ ପୋଷଣ ପାଇଁ ଏକ ମାମଲା ଦାୟର କରିଥିଲେ। ଏହାର ବିଚାର କରି ମାସିକ ୧୫ ହଜାର ଟଙ୍କା ଭରଣ ପୋଷଣ ଦେବାକୁ ସ୍ୱାମୀ ମହେଶଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ନିର୍ଦ୍ଦେଶ ମୁତାବକ ସ୍ୱାମୀ କିଛି ମାସ ପାଇଁ ଭରଣ ପୋଷଣ ଟଙ୍କା ଦେବା ପରେ ଆଉ ତାଙ୍କ ସମ୍ପର୍କରେ ରହିଲେ ନାହିଁ। ତେଣୁ ସେ ସ୍ୱାମୀଙ୍କୁ ଖୋଜାଖୋଜି କରିବାରେ ଲାଗି ପଡ଼ିଥିଲେ।

ସ୍ୱାମୀ ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କରେ ଚାକିରି କରୁଥିବା ଜାଣିବାକୁ ପାଇବା ପରେ ସେ ଏଠାରେ ଆସି ପହଞ୍ଚିଛନ୍ତି। ହେଲେ ମହେଶ ଛୁଟିରେ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି। ଯାହା ମିଛ। ପୁଲିସ ମଧ୍ୟ ଘଟଣାର ତଦନ୍ତ କରିବ କହି ତାଙ୍କୁ ଘରକୁ ଚାଲିଯିବାକୁ କହୁଛି। ହେଲେ ସ୍ୱାମୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ବ୍ୟାଙ୍କ ଆଗରେ ଧାରଣାରେ ବସି ରହିବେ ବୋଲି ମିନତୀ କହିଛନ୍ତି।

ତେବେ ଏହି ଘଟଣା ନେଇ ମହେଶ, ପୁଲିସ କିମ୍ବା ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story