Advertisment

ନ୍ୟାୟ ଦାବିରେ ଶାଶୁ ଘର କବାଟ ଭାଙ୍ଗିଲା ବୋହୂ

ପୁରୀ(ଓଡ଼ିଶା ରିପୋର୍ଟର): ନ୍ୟାୟ ଦାବିରେ ଶାଶୁ ଘର କବାଟ ଭାଙ୍ଗିଲା ବୋହୂ। ଦୀର୍ଘ ଦେଢ଼ ମାସ ଧରି ଶାଶୁ ଘରକୁ ଯିବାକୁ ଚେଷ୍ଟା କରି ବିଫଳ ହେବା ପରେ ଆଜି କିଛି ଏମିତି ଢଙ୍ଗରେ ଶାଶୁ ଘର ବାହାରେ ନ୍ୟାୟ ପାଇଁ କବାଟ ଭାଙ୍ଗିବାକୁ ଉଦ୍ୟମ କରିଛି ବୋହୂ। ଘଟଣା ଘଟିଛି ପୁରୀ ସହରରେ। ଏହି ମହିଳାଙ୍କ ନାମ ଶୁଭଲକ୍ଷ୍ମୀ ପ୍ରଧାନ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ବାଙ୍କୀମୁହାଣ ନିକଟରେ […]

ଅଦ୍ୟତନ ହୋଇଛି
ନ୍ୟାୟ ଦାବିରେ ଶାଶୁ ଘର କବାଟ ଭାଙ୍ଗିଲା ବୋହୂ

pathara

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ନ୍ୟାୟ ଦାବିରେ ଶାଶୁ ଘର କବାଟ ଭାଙ୍ଗିଲା ବୋହୂ। ଦୀର୍ଘ ଦେଢ଼ ମାସ ଧରି ଶାଶୁ ଘରକୁ ଯିବାକୁ ଚେଷ୍ଟା କରି ବିଫଳ ହେବା ପରେ ଆଜି କିଛି ଏମିତି ଢଙ୍ଗରେ ଶାଶୁ ଘର ବାହାରେ ନ୍ୟାୟ ପାଇଁ କବାଟ ଭାଙ୍ଗିବାକୁ ଉଦ୍ୟମ କରିଛି ବୋହୂ। ଘଟଣା ଘଟିଛି ପୁରୀ ସହରରେ। ଏହି ମହିଳାଙ୍କ ନାମ ଶୁଭଲକ୍ଷ୍ମୀ ପ୍ରଧାନ ବୋଲି ଜଣାପଡ଼ିଛି।

Advertisment

ଅଭିଯୋଗ ଅନୁସାରେ ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ବାଙ୍କୀମୁହାଣ ନିକଟରେ ଶୁଭଲକ୍ଷ୍ମୀଙ୍କ ଶାଶୁ ଘର। ଦୀର୍ଘ ଦେଢ ମାସଧରି ସେ ତାଙ୍କ ଶାଶୁ ଘରେ ରହିବା ପାଇଁ ଉଦ୍ୟମ କରି ଫେଲ ମାରିବା ପରେ ଆଜି ଏମିତି କିଛି ଉଦ୍ୟମ କରିଛନ୍ତି। ଏହି ସମୟରେ ଶାଶୁ ଘର ଲୋକଙ୍କ ସହ ବୋହୂ ଶୁଭଲକ୍ଷ୍ମୀଙ୍କ ମଧ୍ୟରେ ହାତାହାତି ସ୍ଥିତି ମଧ୍ୟ ଉପୁଜିଥିଲା।

ଶାଶୁ ଘରେ ତାଙ୍କୁ ପସାଇ ଦିଆ ନ ଯିବାରୁ ଶୁଭଲକ୍ଷ୍ମୀ ଏକ ପଥରରେ କବାଟକୁ ବାଡେଇ ଚାଲିଥିଲେ। ଏହି ସମୟରେ ତାଙ୍କ ଶାଶୁ, ଶ୍ୱଶୁର ଓ ନଣନ୍ଦ କାଠ ଫାଳିଆ ଧରି ଶୁଭଲକ୍ଷ୍ମୀଙ୍କୁ ବାଡେଇବାକୁ ଲାଗିଥିଲେ। ଏଥିରୁ ବଞ୍ଚିବା ପାଇଁ ଶୁଭଲକ୍ଷ୍ମୀ ସେମାନଙ୍କ ଉପରକୁ ଏକ ପଥର ଫୋପାଡିବାକୁ ଉଦ୍ୟମ କରିଥିଲେ। ତେଣୁ ପ୍ରତିପକ୍ଷ ଆକ୍ରମଣକାରୀ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ହେଲେ ସେମାନେ ଯିବା ସମୟରେ ଲଙ୍କା ଗୁଣ୍ଡ ଉଡାଇଥିଲେ। ଯାହାକି ଶୁଭଲକ୍ଷ୍ମୀଙ୍କ ୫ ଵର୍ଷର ପୁଅ ଆଖିରେ ପଡିଛି। ତେବେ ଏହି ସମୟରେ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ନିୟନ୍ତ୍ରଣ କରିଛି।

Advertisment

ଶୁଭଲକ୍ଷ୍ମୀଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ପ୍ରଧାନ ଓ ପରିବାର ମିଶି ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନି। ଥାନାରେ ମାମଲା ହୋଇଥିଲେ ହେଁ ତାଙ୍କୁ ଗିରଫ କରାଯାଉନି କିମ୍ବା ଶାଶୁ ଘରେ ରହିବାକୁ ଦିଆଯାଉନି।

ସେପଟେ ଶୁଭଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ପ୍ରଧାନଙ୍କ ଭିତରେ ଛାଡପତ୍ର ମାମଲା ହେବା ପରେ ଏହି ବିବାଦ ଦେଖାଦେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe