Advertisment

ପରକୀୟା ପ୍ରୀତି ଅଭିଯୋଗ: ମହିଳାଙ୍କୁ ଆକ୍ରମଣ କଲେ ମହିଳା

ମୋହନା (ମିହିର ଯତି): ପରକୀୟା ପ୍ରୀତି ଅଭିଯୋଗରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣାଟି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି। ଆକ୍ରମଣ କରିଥିବା ମହିଳା ଓ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ ଜିମା ଦେଇଛନ୍ତି। ଏହାସହ ଗୁରୁତର ଅବସ୍ଥାରେ ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅଭିଯୋଗ ଅନୁସାରେ, ମୋହନା ଥାନା ଅଞ୍ଚଳରେ ଜଣେ ମହିଳା ସ୍ୱାମୀ ଓ ଏକ ଛୋଟ ପିଲା […]

ପରକୀୟା ପ୍ରୀତି ଅଭିଯୋଗ: ମହିଳାଙ୍କୁ ଆକ୍ରମଣ କଲେ ମହିଳା

mohana

Advertisment

ମୋହନା (ମିହିର ଯତି): ପରକୀୟା ପ୍ରୀତି ଅଭିଯୋଗରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣାଟି ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଘଟିଛି। ଆକ୍ରମଣ କରିଥିବା ମହିଳା ଓ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ ଜିମା ଦେଇଛନ୍ତି। ଏହାସହ ଗୁରୁତର ଅବସ୍ଥାରେ ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ମୋହନା ଥାନା ଅଞ୍ଚଳରେ ଜଣେ ମହିଳା ସ୍ୱାମୀ ଓ ଏକ ଛୋଟ ପିଲା ସହ ଘର ଭଡ଼ା ନେଇ ରହୁଥିଲେ। ପାଖ ଗାଁର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କର ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ମହିଳା ଜଣଙ୍କ ବିରୋଧ କରୁଥିଲେ। ଆଜି ଜଣେ ସହଯୋଗୀଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖିଥିବା ମହିଳାଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲେ।

ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଅଭିଯୁକ୍ତ ମହିଳା ଜଣଙ୍କ କହିଛନ୍ତି, “ସେ (ଆହତ ମହିଳା) ମୋ ସ୍ୱାମୀଙ୍କୁ ବଶ କରି ରଖିଥିଲା। ଆଜି ଏ ସମ୍ପର୍କରେ କଥା ହେବାକୁ ତାକୁ ଡକାଇ ଥିଲି। ହେଲେ ସେ ଏକ ଛୁରିରେ ମୋତେ ଆକ୍ରମଣ କରିଥିଲା। ଏହାପରେ ମୁଁ ତା’ ପାଖରୁ ଛୁରି ନେଇ ତାକୁ ଆକ୍ରମଣ କରିଥିଲି।”

ସେ ଆହୁରି କହିଛନ୍ତି ଯେ, “ମୁଁ କେବଳ କଥା ହେବାକୁ ତାକୁ ଡାକି ଥିଲି। ହେଲେ ଏପରି ହେବ ବୋଲି ଜାଣି ନଥିଲି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe