deaad
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାମା, ବାବା ମୋତେ କ୍ଷମା କରିଦେବ, ବହୁତ କଷ୍ଟ ହେଉଛି, ସହିପାରିବନି ଆଉ, ମେଡ଼ିସିନ୍ ଖାଇଖାଇ ବିରକ୍ତ ଲାଗୁଛି, ଆଉ ପାରୁନି। ଆଜି ଜଣେ ଯୁବତୀଙ୍କ ମୃତଦେହ ନିକଟରୁ ଏଭଳି କିଛି ଲେଖା ଥିବା ସୁଇସାଇଡ୍ନୋଟ ମିଳିଛି। ଖଣ୍ଡଗିରି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ହେଲେ ପୁରୀ ଜିଲ୍ଲା ତିରିପଦାଗଡ଼ର ଦୀପ୍ତି ପାଣି।
ସେ ଭୁବନେଶ୍ୱରର ଏକ ଘରୋଇ କମ୍ପାନିରେ ଚାକିରି କରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଥିବା ଘରୋଇ ହଷ୍ଟେଲରେ ରହୁଥିଲେ। ହଷ୍ଟେଲରୁ ତାଙ୍କ ମୃତଦେହ ମିଳିଛି। ଖବର ପାଇବା ପରେ ହଷ୍ଟେଲରେ ପହଞ୍ଚି ପୁଲିସ ଛାନଭିନ ଆରମ୍ଭ କରିଛି। ହଷ୍ଟେଲ ରୁମ୍ରୁ ମିଳିଥିବା ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ଏହା ସେ ଲେଖିଛନ୍ତି ନା ଆଉ କିଏ, ତାହାର ମଧ୍ୟ ଯାଞ୍ଚ ହେବ ବୋଲି ପୁଲିସ କହିଛି।
କୌଣସି ରୋଗ ଯନ୍ତ୍ରଣା ଯୋଗୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ନୋଟରୁ ଅନୁମାନ କରାଯାଉଛି। ତେବେ ପ୍ରକୃତ କଥା ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/deaad.jpg)