Advertisment

ମେଡିକାଲ ବିଲ୍ଡିଂର ୬୦ ଫୁଟ ଉପରକୁ ଚଢ଼ିଗଲେ ଯୁବକ, ତା’ ପରେ...

ଅନୁଗୋଳ(ବିରଜା ପ୍ରସାଦ ଦାସ): ମେଡିକାଲ ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଦୁଇ ଘଣ୍ଟାର କସରତ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଏଭଳି  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ହଠାତ୍ ଜଣେ ଯୁବକ ମେଡିକାଲ ବିଲ୍ଡିଂର ପଛପଟେ ଥିବା ପାଇପ ଲାଇନ ଦେଇ ୬୦ ଫୁଟ ଉପରକୁ ଚଢିଯାଇଥିଲେ। ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ମେଡିକାଲ ବିଲ୍ଡିଂର ୬୦ ଫୁଟ ଉପରକୁ ଚଢ଼ିଗଲେ ଯୁବକ, ତା’ ପରେ...

anugul99

ଅନୁଗୋଳ(ବିରଜା ପ୍ରସାଦ ଦାସ): ମେଡିକାଲ ବିଲ୍ଡିଂରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଦୁଇ ଘଣ୍ଟାର କସରତ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଏଭଳି  ଘଟଣା ଘଟିଛି ଅନୁଗୋଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ହଠାତ୍ ଜଣେ ଯୁବକ ମେଡିକାଲ ବିଲ୍ଡିଂର ପଛପଟେ ଥିବା ପାଇପ ଲାଇନ ଦେଇ ୬୦ ଫୁଟ ଉପରକୁ ଚଢିଯାଇଥିଲେ। ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି ନଥିଲେ । ସେଠାରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହସ୍ପିଟାଲରେ କାମ କରୁଥିବା କିଛି ଝାଡୁଦାର ଏହାଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ ଶିଡି ଏବଂ ଜାଲ ବିଛାଇ ଯୁବକଙ୍କୁ ଉଦ୍ଧାର କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଶେଷରେ ଦୁଇ ଘଣ୍ଟା ନାକେଦମ ହେବା ପରେ ଅଗ୍ନିଶମ କର୍ମଚାରୀ କୋଠାର ଭିତର ପଟ ସ୍କାଇଲାଇଟ ବାଟେ ଯାଇ ଯୁବକକକୁ ଉଦ୍ଧାର କରିଥିଲେ। ଯୁବକଙ୍କ ମାନସିକ ବିକୃତି ଥିବା ଜଣାପଡିଛି।

Advertisment
Viral Photo