Advertisment

ସେଲ୍‌ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି। ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ୍‌ଫି ନେବା ବେଳେ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲୱେ ଷ୍ଟେସନରେ। ଗୁରୁତର ଆହତ ଏହି ଯୁବକଙ୍କ ନାଁ ଦୀପକ ମେହେର। ତାଙ୍କୁ ୨୦ ବର୍ଷ ହୋଇଛି। ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ। ସେ ସାଙ୍ଗମାନଙ୍କ ସହିତ ନଅଗାଁ(ଖ) କୁ ଯାତ୍ରା ଦେଖିବାକୁ ଆସିଥିଲେ। […]

ସେଲ୍‌ଫି ଉଠାଉଥିବା ବେଳେ ଲାଗିଗଲା କରେଣ୍ଟ

Selfi

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଟିକିଏ ଅସାବଧାନତା ଯୋଗୁ ଜଣେ ଯୁବକ ଏବେ ଜୀବନମରଣ ସହିତ ସଂଘର୍ଷ କରୁଛନ୍ତି। ଆଉ ତାଙ୍କର ଏଭଳି ଅବସ୍ଥା ହୋଇଛି ରେଳ ଷ୍ଟେସନରେ ସେଲ୍‌ଫି ନେବା ବେଳେ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲୱେ ଷ୍ଟେସନରେ।

Advertisment

ଗୁରୁତର ଆହତ ଏହି ଯୁବକଙ୍କ ନାଁ ଦୀପକ ମେହେର। ତାଙ୍କୁ ୨୦ ବର୍ଷ ହୋଇଛି। ତାଙ୍କ ଘର ସୋନପୁର ଜିଲ୍ଲା ଖରଜୁରା ଗାଁରେ। ସେ ସାଙ୍ଗମାନଙ୍କ ସହିତ ନଅଗାଁ(ଖ) କୁ ଯାତ୍ରା ଦେଖିବାକୁ ଆସିଥିଲେ। ଯାତ୍ରା ସରିବା ପରେ ଲୋଇସିଂହା ରେଲୱେ ଷ୍ଟେସନକୁ ସାଙ୍ଗମାନଙ୍କ ସହିତ ସେଲଫି ଉଠାଇବାକୁ ଯାଇଥିଲେ।

ରେଲୱେ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ି ଉପରକୁ ଦୀପକ ଚଢ଼ି ସେଲଫି ଉଠାଉଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ୍ ଆଘାତରେ ସେ ତଳେ ପଡ଼ି ଯାଇଥିଲେ। ଗୁରୁତର ଦୀପକଙ୍କୁ ତାଙ୍କ ସାଙ୍ଗମାନେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ନେଇ ଆସିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତର ରାଉରକେଲା ଆଇ.ଜି.ଏଚକୁ ରେଫର କରିଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

Advertisment

ସେଲଫି ଉଠାଉଥିବା ସମୟରେ ଏହି ଘଟଣା ଘଟିଥିବା ଲୋଇସିଂହା ରେଲୱେ ଷ୍ଟେସନର କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe