Advertisment

ବ୍ରିଜ ଉପରେ ସ୍କୁଟି, ଚାଳକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ଆଠଗଡ଼(ନୀଳକଣ୍ଠ ଦୋରା): ପୁଣି ମହାନଦୀ ମୁଣ୍ଡଳି ବ୍ରିଜରେ ଘଟିଲା ଅଘଟଣ । ବ୍ରିଜ ଉପରେ ସ୍କୁଟି ଥୋଇ ଜଣେ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଛି । ତେବେ କିଏ ଓ କେତେବେଳେ ଡେଇଁଛି ତାହା ସ୍ପଷ୍ଟ ହୋଇନି । ଏହାବାଦ ତାଙ୍କ ପରିଚୟ ବି ମିଳିପାରିନି। ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଆଠଗଡ଼ […]

author-image
Niharika Rout
ଅଦ୍ୟତନ ହୋଇଛି
ବ୍ରିଜ ଉପରେ ସ୍କୁଟି, ଚାଳକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

athagad

ଆଠଗଡ଼(ନୀଳକଣ୍ଠ ଦୋରା): ପୁଣି ମହାନଦୀ ମୁଣ୍ଡଳି ବ୍ରିଜରେ ଘଟିଲା ଅଘଟଣ । ବ୍ରିଜ ଉପରେ ସ୍କୁଟି ଥୋଇ ଜଣେ କେହି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ବ୍ରିଜ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଛି । ତେବେ କିଏ ଓ କେତେବେଳେ ଡେଇଁଛି ତାହା ସ୍ପଷ୍ଟ ହୋଇନି । ଏହାବାଦ ତାଙ୍କ ପରିଚୟ ବି ମିଳିପାରିନି।

Advertisment

ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଗୋଡିସାହି ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଆଠଗଡ଼ ଓ ବାରଙ୍ଗର  ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ନିଖୋଜଙ୍କ ପତ୍ତା ମିଳିପାରିନାହିଁ ।

ଗତ ୨୭ ତାରିଖରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳି ବ୍ରିଜରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ବ୍ୟକ୍ତିଜଣକ  ଚନ୍ଦ୍ରଶେଖରପୁର ଅଞ୍ଚଳର ବିଶ୍ୱଦେବ ଦାସ ବୋଲି ଜଣାପଡ଼ିଥିଲା। ସେ ସକାଳ ପ୍ରାୟ ୮ଟା ବେଳେ  ସ୍କୁଟିରେ ମୁଣ୍ଡଳି ବ୍ରିଜ ଉପରକୁ ଆସିଥିଲେ। ବ୍ରିଜ ଉପରେ ଗାଡ଼ିଟି ରଖିଦେଇ ହଠାତ୍‌ ସେ ପାଣିକୁ ଡେଇଁପଡ଼ିଥିଲେ। ପ୍ରତ୍ୟକ୍ଷଦର୍ଶୀ ଏହା ଦେଖି ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ନିଖୋଜ ହେବା ୨ ଦିନ ପରେ ଅର୍ଥାତ ଗତକାଲି ତାଙ୍କ ମୃତଦେହ ଉଦ୍ଧାର  କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ରେ ଆଜି ସକାଳୁ ସକାଳୁ ପୁଣି ସମାନ ବ୍ରିଜ ଉପରୁ ଘଟିଛି ଅଘଟଣ ।

Advertisment

ଗତ କିଛି ଦିନ ଧରି ମୁଣ୍ଡଳି ବ୍ରିଜ ଡେଥ୍‌ ଜୋନ୍‌ ପାଲଟିଲାଣି। ଅଧିକାଂଶ ସମୟରେ ପାରିବାରିକ ଚାପ କିମ୍ବା କର୍ମକ୍ଷେତ୍ରର ଚାପ ହେତୁ ଲୋକେ ମୁଣ୍ଡଳି ବ୍ରିଜ ଉପରକୁ ଆସି ନଦୀକୁ ଡେଇଁ ପଡ଼ୁଛନ୍ତି। ବାରମ୍ବାର ଏପରି ଅଘଟଣ ଘଟୁଥିବା ବେଳେ ଏହାକୁ ରୋକିବାକୁ କୌଣସି ତତ୍ପରତା ପ୍ରକାଶ ପାଉନି।