/odisha-reporter/media/post_attachments/uploads/2020/09/aska.jpg)
aska
ଆସିକା(ମନୋଜ ମୁନି): ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଲାଗି ରହିଥିବା ତିକ୍ତତା ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଲା। ଫଳରେ ଆକ୍ରମଣର ଶିକାର ହୋଇ ଆଖି ବୁଜିଲେ ଜଣେ ୨୦ ବର୍ଷର ଯୁବକ। ଏପରି ଅଭାବନୀୟ କାଣ୍ଡ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଲବଣ୍ଟା ଗ୍ରାମର କୋଳି ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ଯୁବକ ହେଲେ ନାଗା ଗୌଡ଼।
Advertisment
ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ କାଲି ଏହା ସଂଘର୍ଷରେ ପରିଣତ ହେଲା। କାଲି ରାତି ପ୍ରାୟ ୧୦ଟା ବେଳେ ନାଗାଙ୍କର ଅପର ଗୋଷ୍ଠୀ ସହ କଥା କଟାକଟି ହୋଇଥିଲା। ଫଳରେ ଅପର ଗୋଷ୍ଠୀର ୪ ଯୁବକ ମିଳିତ ଭାବେ ନାଗାଙ୍କୁ ଆକ୍ରମଣ କରିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁ ଘଟଣାସ୍ଥଳରେ ତାଙ୍କ ମୁତ୍ୟୁ ଘଟିଥିଲା l
ଖବର ପାଇଁ ଆସିକା SDPO ଓ ଆସିକା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି l ଏହି ଘଟଣାରେ ପୁଲିସ୍ ୪ ଯୁବକଙ୍କୁ ଅଟକ ରଖିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
