/odisha-reporter/media/post_attachments/uploads/2021/11/cracker-1.jpg)
cracker
ସୋର(ଓଡ଼ିଶା ରିପୋର୍ଟର): ବାଣ ଫୁଟାଇବା ହେଲା କାଳ। ଖୁସିରେ ଖୁସିରେ ନିଜେ ଫୁଟାଉଥିବା ବାଣ ଯୁବକଙ୍କ ପାଇଁ କାଳ ସାଜିଲା। ନିଜ ବାଣରେ ହିଁ ଯୁବକଙ୍କ ମୁହଁ ଜଳି ଯାଇଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଜଣକ ହେଲେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କ୍ଷୀରପଦା ଗ୍ରାମର ସେକ୍ ସକରାଉଦ୍ଦିନ ।
ଖଇରା ବ୍ଲକ କ୍ଷୀରପଦା ଗ୍ରାମରେ ଗତକାଲି ରାତିରେ ଏକ ଶୋଭାଯାତ୍ରା ଚାଲିଥିଲା। ଏହି ଶୋଭାଯାତ୍ରାରେ ସକରାଉଦ୍ଦିନ ସାମିଲ ହେବା ସହ ନାଚଗୀତରେ ମଜ୍ଜି ଯାଇଥିଲେ। ଏଥିସହ ସେ ବାଣ ବି ଫୁଟାଉଥିଲେ।
[caption id="attachment_778957" align="aligncenter" width="650"]
ଗୁରୁତର ଯୁବକଙ୍କୁ ହସ୍ପିଟାଲ ନିଆଯାଉଛି।[/caption]
ମାତ୍ର ସକରାଉଦ୍ଦିନ ଫୁଟାଉଥିବା ରକେଟ ବାଣ ଆସି ତାଙ୍କ ମୁହଁ ଉପରେ ପଡ଼ିଥିଲା। ଫଳରେ ତାଙ୍କ ମୁହଁ ଜଳାପୋଡ଼ା ହେବା ସହ ସେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିବାକୁ ଲାଗିଲେ।
ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
