Advertisment

‘ପବ‌୍‍ଜି ଗେମ୍‌’ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ!

ବାସୁଦେବପୁର(କିରିଟି ଦାସ): ପବ‌୍‍ଜି ଗେମ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ। ଆଜି ଏମିତି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି। ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ପାଣିଝରିଆ ଗାଁର ଅମୂଲ୍ୟ ସାହୁଙ୍କ ପୁଅ ଗଣେଶ(୨୦) ବିଶାଖାପାଟ୍ଟନମରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ମହାମାରୀ କରୋନା ଲକ୍‌ଡାଉନ୍‌ ଯୋଗୁ ସେ ଘରୁ ଫେରି ଆସିଥିଲେ। ଗତ ଦୁଇମାସ ହେଲେ ସେ ଧାମରା ଅଞ୍ଚଳରେ ଏକ ଚିଙ୍ଗୁଡି ଫାର୍ମରେ କାମ କରୁଥିବା ରମେଶଙ୍କ ପାଖକୁ […]

ଅଦ୍ୟତନ ହୋଇଛି
‘ପବ‌୍‍ଜି ଗେମ୍‌’ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ!

death

Advertisment

ବାସୁଦେବପୁର(କିରିଟି ଦାସ): ପବ‌୍‍ଜି ଗେମ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ। ଆଜି ଏମିତି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତ ପାଣିଝରିଆ ଗାଁର ଅମୂଲ୍ୟ ସାହୁଙ୍କ ପୁଅ ଗଣେଶ(୨୦) ବିଶାଖାପାଟ୍ଟନମରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ମହାମାରୀ କରୋନା ଲକ୍‌ଡାଉନ୍‌ ଯୋଗୁ ସେ ଘରୁ ଫେରି ଆସିଥିଲେ। ଗତ ଦୁଇମାସ ହେଲେ ସେ ଧାମରା ଅଞ୍ଚଳରେ ଏକ ଚିଙ୍ଗୁଡି ଫାର୍ମରେ କାମ କରୁଥିବା ରମେଶଙ୍କ ପାଖକୁ ଚାଲି ଯାଇଥିଲେ। ଏପରିକି ସେହି ଚିଙ୍ଗୁଡି ଫାର୍ମରେ ମାମୁଙ୍କ ସହିତ କାମ କରୁଥିଲେ।

ସେଠାରେ ରହଣୀ ସମୟରେ ଗଣେଶ ସବୁବେଳେ କାମ ନକରି ମୋବାଇଲରେ ପବ‌୍‍ଜି ଗେମ ଖେଳୁଥିଲେ। ଯେଉଥିପାଇଁ ଗଣେଶ ଉପରେ ମାମୁ ବିରକ୍ତି ପ୍ରକାଶ କରୁଥିଲେ। ଏହି ଘଟଣାକୁ ନେଇ ଅନେକ ସମୟରେ ମାମୁ-ଭଣଜାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଅଭିଯୋଗ ହୋଇଛି।

Advertisment

ଗତକାଲି ଗଣେଶ କାମ ନ’କରି ମୋବାଇଲରେ ପବ‌୍‍ଜି ଗେମ‌୍‍ ଖେଳୁଥିଲେ। ଏହା ଦେଖି ମାମୁ ଉମେଶ ତାଙ୍କ ଉପରେ ବିରକ୍ତି ହେବା ସହ ଗାଳି ଦେଇଥିବା ଅଭିଯୋଗ ହେଉଛି। ଏହି ଘଟଣା ପରେ ଗଣେଶ ରାଗରେ ମାଉସୀ ଘରକୁ ପଳାଇ ଯାଇଥିଲେ। ମାଉସୀଙ୍କୁ ସବୁ ଘଟଣା କରିଥିଲେ। ଏହାପରେ ମଉସା ଓ ମାଉସୀ ଗଣେଶଠାରୁ ମୋବାଇଲ ଛଡାଇ ରଖିବା ସହିତ ଫାର୍ମକୁ ଯାଇ କାମ କରିବାକୁ କହିଥିଲେ।

ଏହି ଘଟଣା ପରେ ଗଣେଶ ଭାଙ୍ଗି ପଡ଼ିଥିଲା। ଆଜି ସେ ମାନସିକ ଭାରସାମ୍ୟ ହରାଇ ଫାର୍ମ ଘରେ ନିଜ ବେକରେ ରଶି ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe