Advertisment

ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ, ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଦେଲା

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପଲସ ଗାଁରୁ ଗତକାଲି ୪ ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ଯତୀନ୍ଦ୍ର। ସେ ନିଶାଶକ୍ତ ଅବସ୍ଥାରେ ଏହି ୪ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତା’ର ମାନସିକ ସ୍ଥିତି ମଧ୍ୟ ଭଲ ନଥିବା କୁହାଯାଉଛି। ଗତକାଲି ସନ୍ଧ୍ୟାରେ ପଲସ ଗାଁରୁ ପିପଲଗୁଡ଼ା ଯିବା ବାଟରେ ଏହି ୪ […]

ଅଦ୍ୟତନ ହୋଇଛି
ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ, ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଦେଲା

accussed

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପଲସ ଗାଁରୁ ଗତକାଲି ୪ ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାରେ ପୁଲିସ୍ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁ ଯତୀନ୍ଦ୍ର। ସେ ନିଶାଶକ୍ତ ଅବସ୍ଥାରେ ଏହି ୪ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତା’ର ମାନସିକ ସ୍ଥିତି ମଧ୍ୟ ଭଲ ନଥିବା କୁହାଯାଉଛି।

Advertisment

ଗତକାଲି ସନ୍ଧ୍ୟାରେ ପଲସ ଗାଁରୁ ପିପଲଗୁଡ଼ା ଯିବା ବାଟରେ ଏହି ୪ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ମୃତକମାନେ ହେଲେ- ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର। ଏମାନେ ସମସ୍ତେ ପଲସ ଗାଁର ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ ସାଇକେଲ୍‌ ପଡ଼ିଥିଲା।

Advertisment

ସୂଚନାଯୋଗ୍ୟ, ଉକ୍ତ ସ୍ଥାନରେ ଯତୀନ୍ଦ୍ର ଓ ଏହି ଚାରି ଜଣ ବ୍ୟକ୍ତିଙ୍କୁ ଛାଡ଼ି ଦେଲେ ଆଉ କେହି ନଥିଲେ। କୌଣସି କଥାକୁ ନେଇ ଯତୀନ୍ଦ୍ରଙ୍କ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଯତୀନ୍ଦ୍ର ମଦ୍ୟପାନ କରିଥିଲେ ଓ ଏବଂ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିରେ ଆକ୍ରମଣ କରିଥିଲେ। ଏହାପରେ ସେ ପଲସ ଗାଁକୁ ଯାଇ ମଧ୍ୟ ଆତଙ୍କ ଖେଳାଇଥିଲେ।

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଏହା ଯତୀନ୍ଦ୍ରଙ୍କ କାମ। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe