Advertisment

ଅଧିକ ସମୟ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ଆହାର କେନ୍ଦ୍ର’ଗୁଡ଼ିକ ଖୋଲିବା ଅବଧିକୁ ବୃଦ୍ଧି କରିଛନ୍ତି। ଏଣିକି ଆହାର କେନ୍ଦ୍ରଗୁଡ଼ିକ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଆହାର କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥାନନ୍ ଆଜି ଏ ନେଇ ସମସ୍ତ ପୌରାଞ୍ଚଳର ପ୍ରଶାସକମାନଙ୍କୁ ଚିଠି ଲେଖି ଆହାର କେନ୍ଦ୍ରଗୁଡ଼ିକର ଖୋଲିବା ଅବଧି ବୃଦ୍ଧି କରିବା ସହିତ ସେଠାକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଅଧିକ ସମୟ ଖୋଲା ରହିବ ଆହାର କେନ୍ଦ୍ର

aahar-2-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ଆହାର କେନ୍ଦ୍ର’ଗୁଡ଼ିକ ଖୋଲିବା ଅବଧିକୁ ବୃଦ୍ଧି କରିଛନ୍ତି। ଏଣିକି ଆହାର କେନ୍ଦ୍ରଗୁଡ଼ିକ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଆହାର କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Advertisment

ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥାନନ୍ ଆଜି ଏ ନେଇ ସମସ୍ତ ପୌରାଞ୍ଚଳର ପ୍ରଶାସକମାନଙ୍କୁ ଚିଠି ଲେଖି ଆହାର କେନ୍ଦ୍ରଗୁଡ଼ିକର ଖୋଲିବା ଅବଧି ବୃଦ୍ଧି କରିବା ସହିତ ସେଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅତିକମରେ ଦେଢ଼ ମିଟର ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି। ଯେଭଳି ଲୋକମାନେ ଧାଡ଼ିରେ ଆସି ଖାଦ୍ୟ ଖାଇବେ ସେଥିପାଇଁ ଆବଶ୍ୟକ ପଡ଼ିଲେ ପୁଲିସର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

ଆହାର କେନ୍ଦ୍ରଗୁଡ଼ିକରେ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଯେଭଳି ସାବୁନରେ ନିଜ ନିଜ ହାତକୁ ପରିଷ୍କାର ଭାବେ ଧୋଇବେ ତାହା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି। ବିବାହ,ବ୍ରତ ଓ ଅନ୍ୟ ଉତ୍ସବ ସମୟରେ ଟେଣ୍ଟହାଉସଗୁଡ଼ିକ ଯେଭଳି ହାତ ଧୋଇବା ପାଇଁ ବ୍ୟବସ୍ଥା କରିଥାନ୍ତି ଅନୁରୂପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ନେଇ ବାହାରେ ଖାଇବାକୁ ମଧ୍ୟ ପରାମର୍ଶ ଦେଇପାରିବେ। ଆହାର ପାଇଁ ଲୋକେ ହାତକୁ ପଇସା ଦେବା ବଦଳରେ ସେଠାରେ ଥିବା ଉଦ୍ଦିଷ୍ଟ ଥିବା ବାକ୍ସରେ ପକାଇବେ।

Advertisment